Breaking News

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବ୍ୟବସ୍ଥା , ବହିଃ ବିଭାଗର ଔଷଧ ବିତରଣ କେନ୍ଦ୍ରର ପରିବର୍ତ୍ତିତ ସମୟକୁ ନେଇ ରୋଗୀ ଅସନ୍ତୋଷ



ଜଟଣୀ :-ସହରର ଏକମାତ୍ର ଗରିବଙ୍କ ସାହା ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର l ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭରଷା କରି ସ୍ଥାନୀୟ ଅଞ୍ଚଳର ଅଧିବାସୀ ଏବଂ ଆଖପାଖର ଗ୍ରାମର ଶହ ଶହ ରୋଗୀ ଦୌଡ଼ି ଆସନ୍ତି ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ l କିନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପରେ ରୋଗୀ ମାନେ ଅନେକ ଅସୁବିଧାର ସମ୍ମୁଖୀନର ସାମ୍ନା କରିଥାନ୍ତି l ଗତ ଶନିବାର ସନ୍ଧ୍ୟାରେ ଏକ ଅଭିନଵ ଘଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଥିଲା l ଲମ୍ବା ଲାଇନରେ ଅନେକ ରୋଗୀ କିନ୍ତୁ ସରକାରଙ୍କ ମାଗଣା ଔଷଧ ପାଇବାରୁ ବଞ୍ଚିତ ହୋଇଥିଲେ l ସୂଚନା ମୁତାବକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ବହିଃ ବିଭାଗର ପରିବର୍ତ୍ତିତ ସମୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ l ସେମାନଙ୍କ କହିବା ଅନୁଯାଇ ରୋଗ କାହାକୁ କହି ଆସିନଥାଏ ଏବଂ ସମୟ ନ ଦର୍ଶାଇ ଜଣେ ସୁସ୍ଥ ଲୋକଙ୍କ ଦେହରେ ରୋଗ ସୃଷ୍ଟି ହୋଇଥାଏ l ରୋଗ ହେବାପରେ ଜଣେ ରୋଗୀ ଆକ୍ରାନ୍ତ ଅବସ୍ଥାରେ ସରକାରଙ୍କ ମାଗଣା ସ୍ୱାସ୍ଥ୍ୟ ସେବାପାଇଁ ଦୌଡ଼ି ଆସନ୍ତି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ l ପ୍ରଥମେ ବହିଃର୍ ବିଭାଗରେ ରୋଗୀ ନିଜର ନାମକୁ ପଞ୍ଜିକୃତ କରିବା ପରେ ଡାକ୍ତରଙ୍କୁ ଦେଖାକରିବାକୁ ଯାଇଥାନ୍ତି l ଡାକ୍ତର ରୋଗୀଙ୍କ ପରୀକ୍ଷା କରି ଚିଠାରେ ଔଷଧ ଲେଖି ଗ୍ରହଣ ପାଇଁ କୁହନ୍ତି l କିନ୍ତୁ ବହିଃ ବିଭାଗର ନୂତନ ନିର୍ଦ୍ଧାରିତ ସମୟକୁ ନେଇ ମାଗଣା ଔଷଧ ପ୍ରାପ୍ତି କରିପାରନ୍ତି ନାହିଁ l କାରଣ ସକାଳ ସକାଳ ୮ ଘଟିକା ଠାରୁ ୧୨ ଘଟିକା ଏବଂ ସନ୍ଧ୍ୟା ୪ ଘଟିକା ଠାରୁ ୬ ଘଟିକା ପରେ ଯେଉଁ ରୋଗୀ ବହିଃର୍ ବିଭାଗକୁ ରୋଗ ପରୀକ୍ଷା ପାଇଁ ଆସନ୍ତି ସେମାନେ ସରକାରଙ୍କ ମାଗଣା ଔଷଧ ପାଇବାରେ ବଂଚିତ ହୋଉଥାନ୍ତି l ପରେ ରୋଗୀ ଡାକ୍ତରଙ୍କ ପାଖକୁ ଅଭିଯୋଗ ନେଇ ଗଲେ କୁହନ୍ତି ଯଦି ଆପଣଙ୍କ ନିହାତି ଔଷଧ ଦରକାର ତେବେ ବାହାର ଔଷଧ ବିକ୍ରୟ କେନ୍ଦ୍ରରୁ କିଣନ୍ତୁ । ନଚେତ  ଫେରିଯାଅ କାଲି  ବହିଃର୍ ବିଭାଗର ନିର୍ଦ୍ଧାରିତ ସମୟ ଭିତରେ ଆସି ଔଷଧ ନେଇଯିବ l ଏଥି ପ୍ରଶ୍ନ ଉଠେ ରୋଗୀ ନିଜର ରୋଗ ଉପଶମ ପାଇଁ ଭଗବାନ ସଦୃଶ ଡାକ୍ତରଙ୍କ ପାଖକୁ ଦୌଡ଼ି ଆସନ୍ତି କିନ୍ତୁ ତାଙ୍କର ଏଭଳି ଉପଦେଶ କେତେଦୂର ଯୁକ୍ତିଯୁକ୍ତ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ରାଜନେତା ବିଚାରକୁ ନେବେ l କାହା ନିର୍ଦ୍ଦେଶରେ ଔଷଧ ବିତରଣ କେନ୍ଦ୍ରର ସମୟ ପରିବର୍ତ୍ତିତ କରାଗଲା ?।   ଏହି ନିର୍ଦ୍ଦେଶ ପଛରେ କିଏ ଅଛନ୍ତି ? । ବାହାର ଔଷଧ ଦୋକାନରୁ ଔଷଧ କିଣିଲେ କାହା ପକେଟ ଗରମ ହେବ? । ବର୍ତ୍ତମାନର ପରିବର୍ତ୍ତିତ ନୂତନ "ମୋହନ'ସରକାରଙ୍କୁ ବିନମ୍ର ନିବେଦନ ଯଦି ଆପଣ ପ୍ରକୃତରେ ଗରିବ ଜନତାଙ୍କ ହିତ ଦୃଷ୍ଟିରୁ ଉପକାର ଚାହିଁ ଥାନ୍ତି ତେବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବହିଃର୍ ବିଭାଗର ପରିବର୍ତ୍ତିତ ସମୟକୁ ପୁନର୍ବାର ପରିବର୍ତ୍ତନ କରି ଏହାକୁ ୨୪ ଘଣ୍ଟା ସେବା ଯୋଗାଇ ଦେବାକୁ ଜନ ସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି। ଯଥାଶୀଘ୍ର ଏହି ନିୟମକୁ ପରିବର୍ତ୍ତନ ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ "ମୋହନ"ସରକାରଙ୍କ ହସ୍ତ କ୍ଷେପ ପାଇଁ ଦାବି ଜଣାଇଛନ୍ତି l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୧୦/୨୦୨୪----୮,୨୦ Sakhigopal News,6/10/2024

Blog Archive

Popular Posts