ଗୋପବନ୍ଧୁ ଜୟନ୍ତୀ ଅବସରରେ ଗୋପବନ୍ଧୁ କ୍ଲବ ଓ ନିଷ୍ଠା ପରିବାର ମିଳିତ ଆନୁକୁଲ୍ୟରେ ରକ୍ତ ଦାନ ଶିବିର
ବରଗଡ଼ --- ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କଦଲିପାଲି ଗ୍ରାମ ରେ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଜୟନ୍ତୀ ପାଳନ ଅବସରରେ ଗୋପବନ୍ଧୁ କ୍ଲବ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିର ରେ ଅତିଥି ଭାବରେ ଜିଲ୍ଲା ପରିଷଦ ସଭ୍ୟ ଗୋବିନ୍ଦ ସାହୁ, ସମିତି ସଭ୍ୟା ସ୍ଵର୍ଣ୍ଣମୟୀ ଭୋଇ ଗୋପବନ୍ଧୁ କ୍ଲବ ର ସଭାପତି କ୍ଷୀତିପତି ପଧାନ, ସମାଜ ସେବୀ ବୁଧରାଜ ମହାନନ୍ଦ, ରବୀନ୍ଦ୍ର ଭୋଗ ଶିବିରର ଶୁଭାରମ୍ଭ କରିଥିଲେ। ଏହି ଶିବିର ରେ ତିନି ଯୋଡା ଦମ୍ପତ୍ତି ଙ୍କ ସମେତ ଚାରି ଜଣ ମହିଳା ଓ ୩୧ଜଣ ପୁରୁଷ ସର୍ବମୋଟ ୪୧ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ଵାରା ସଂଗୃହୀତ ହୋଇଥିଲା।ଏହି ଶିବିରକୁ ଗୋପବନ୍ଧୁ କ୍ଲବର ଲବ ପଧାନ,ବିବେକ ଭୋଇ,ଗଙ୍ଗାଧର ପଧାନ, ବିଶ୍ବ ଭୋଇ, ବିଶ୍ୱ ବେହେରା ଅନ୍ୟ ସଦସ୍ୟ ମାନେ ଓ ନିଷ୍ଠା ପରିବାର ର ସଦସ୍ୟ ମାନେ ସୁପରିଚାଳନା କରିଥିଲେ।ସମସ୍ତ ରକ୍ତ ଦାତା ମାନଙ୍କୁ ନିଷ୍ଠା ପରିବାର ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ପରିଶେଷରେ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ନିଷ୍ଠା ପରିବାର ତରଫ ରୁ ଗୋବାବନ୍ଧୁ କ୍ଲବ କୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଗୋପବନ୍ଧୁ କ୍ଲବ ର ସମସ୍ତ ସଦସ୍ୟ ମାନଙ୍କୁ ନିଷ୍ଠା ପରିବାରର ଉପଦେଷ୍ଟା ଅଶ୍ୱିନୀ କୁମାର ତ୍ରିପାଠୀ ଅନ୍ତରିକତା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୦/୧୦/୨୦୨୪----୫,୧୦ Sakhigopal News,10/10/2024