Breaking News

ଜନ କଲ୍ଯାଣ ସେବା ଟ୍ରଷ୍ଟର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ



ବରଗଡ଼- ବରଗଡ଼ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ "ଜନ କଲ୍ୟାଣ ସେବା ଟ୍ରଷ୍ଟ" କୁ ଆସନ୍ତା ନଭେମ୍ବର ୫ ତାରିଖ ୧୯ ବର୍ଷ ପୁରିବ। ଏହି ଅବସରରେ ବରଗଡ଼ ସ୍ଥିତ ହୋଟେଲ ଗଣପତି ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀ ମୁକୁନ୍ଦ ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ବିଭିନ୍ନ ଦିଗ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଏ ବର୍ଷ ସମାଜ ରେ ବିଭିନ୍ନ କ୍ଷେତ୍ରରେ  ଉଲ୍ଲେଖନୀୟ ଅବଦାନ  ବ୍ୟକ୍ତି ବିଶେଷ ଙ୍କୁ " ଜନ କଲ୍ୟାଣ ସେବା ଟ୍ରଷ୍ଟ" ପକ୍ଷରୁ ସମ୍ମାନିତ କରାଯିବ । ବିଭିନ୍ନ ଅନୁଷ୍ଠାନ,ସମାଜସେବୀ, ପରିବେଶବିତ୍, କ୍ରିଡ଼ା,ସତେତନା,କରୋନା ଯୋଦ୍ଧା, ସାମାଜିକ ଅନୁଷ୍ଠାନ,କଳା , ସଂସ୍କୃତି,ଉଦଘୋଷକ, ସାମ୍ବାଦିକତା,କବି ,କଳାକାର , ସଂଗୀତଜ୍ଞ ,ଅଧ୍ୟାପକ ଇତ୍ୟାଦି କ୍ଷେତ୍ରରେ  ଉଲ୍ଲେଖନୀୟ ଅବଦାନ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନୀତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ  ସୂଚନା ପ୍ରଦାନ କରାଯାଇଛି। ଏହା ସହିତ ବିଭିନ୍ନ ବିଭାଗ ର ସ୍ୱତନ୍ତ୍ର କମିଟି  ଗଠନ କରାଯାଇଛି। ଏହା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ବୈଠକ ରେ ଅନୁଷ୍ଠାନ ର ସମ୍ପାଦକ  ମନିଷ ଶର୍ମା, ଉପଦେଷ୍ଟା  ଶିବାନନ୍ଦ ମଟାରୀ, ଉପଦେଷ୍ଟା, ଚନ୍ଦ୍ରକାନ୍ତ ସାହୁ, ସଦସ୍ୟ, ବୃନ୍ଦାବନ ବେହେରା,ପାୟଲ ପାତ୍ର, ରାଜକୁମାର ବନଛୋର, ବାସମତି ବନଛୋର,ରିନା ବାଗ,ମିନାଖି ସାହୁଲା,ବରୁନ ଚକ୍ରବର୍ତ୍ତୀ, ସୁମନ୍ତ ଆଚାର୍ଯ୍ୟ,, ଲଲିତ ମେହେର, ଶ୍ୟାମସୁନ୍ଦର ମେହେରଙ୍କ ସହିତ ଅନେକ ସଦସ୍ୟ ଯୋଗଦାନ କରି କାର୍ଯ୍ୟକ୍ରମ କୁ କିପରି ଭଲ ହୋଇପାରିବ ସେ ଦିଗରେ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା। ପରିଶେଷରେ ଶେଷରେ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ଶ୍ରୀ ମୁକୁନ୍ଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୯/୧୦/୨୦୨୪----୯,୧୦ Sakhigopal News,9/10/2024

Blog Archive

Popular Posts