ସତ୍ୟବାଦୀ ମଣ୍ଡଳ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ସାକ୍ଷୀଗୋପାଳ,----- ସତ୍ୟବାଦୀ ମଣ୍ଡଳ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସତ୍ୟବାଦୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଏହି କାର୍ଯ୍ୟକ୍ରମ ହେଉଛି ପିଲା ମାନଙ୍କ ମଧ୍ୟରେ ଲୁଚି ରହିଥିବା ଅନ୍ତନିହିତ ଗୁଣ ପଦାକୁ ଆସିବାରେ ସହଯୋଗ କରି ପାରିବ ବୋଲି ସେ ମତ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମଣ୍ଡଳ ଶିକ୍ଷା ଅଧିକାରୀ ଭବମ ପ୍ରଧାନ, ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର କରଣ, ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ନମିତା ଦାଶ ଓ ପରିଚାଳନା କମିଟିର ସଭାପତି ଅଞ୍ଜନମହାପାତ୍ର ଯୋଗ ଦେଇଥିଲେ । ଏହି ଅବସରରେ ଜୁନିୟର ଓ ସିନିୟର ଦୁଇଟି ବିଭାଗରେ ୧୪ ଗୋଟି କ୍ଳଷ୍ଟରର ୪୫୦ ଜଣ ଛାତ୍ର ଛାତ୍ରୀ ଯୋଗଦେଇଥିଲେ । ସେମାନଙ୍କ ମଧ୍ୟରେ କୁଇଜଳ ଏସେ, ବକ୍ତୁତା, ଚିତ୍ରାଙ୍କନ, ହସ୍ତକଳା, ସଂଗୀତ, କ୍ରେଟରାଇଟିଙ୍ଗି, ଏଜୁକେସନ ସହିତ ମଧ୍ୟାହ୍ନ ଭୋଜନ ସମ୍ପକୀତ ଓ ସାଂସ୍କୃତି କାର୍ଯ୍ୟକ୍ରମ ପ୍ରତିଯୋଗିତା କରାଯାଇଥିଲା । ସମସ୍ତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ର ଛାତ୍ରୀ ମାନେ ଜିଲ୍ଲାସ୍ତରରେ ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବେ ବୋଲି ବିଇଓ ଶ୍ରୀମତି ପ୍ରଧାନ ସୁଚନା ଦେଇଥିଲେ । ପୁରଷ୍କାର ବିତରଣ ସମୟରେ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପୁରଷ୍କାର ବିତରଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଇଓ ଭବମ ପ୍ରଧାନ, ଏବିଇଓ ପ୍ରଭାସ ଚନ୍ଦ୍ର କରଣ, ଜିଲ୍ଲା ପରିଷଦ ସଭ୍ୟ ବିଷ୍ଠୁପିୟା ବରାଳଙ୍କ ସହିତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ସିଆରସିସି ଗୋପିନାଥ ମିଶ୍ର ସଂଯୋଜନା କରିଥିବା ବେଳେ ଆଞ୍ଚଳିକ ସାଧନା କେନ୍ଦ୍ରର ସଂଯୋଜକ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୧୦/୨୦୨୪---୭.୨୦ Sakhigopal News, 8/10/2024