Breaking News

ଓଡିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ ;ଦୁତୀୟ ଦିବସରେ ବୃକ୍ଷ ରୋପଣ


  

ସାକ୍ଷୀଗୋପାଳ,--- ସତ୍ୟବାଦୀ ରେ ପ୍ରତିଷ୍ଠିତ ଓଡିଆ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସକୁ ତିନିଦିନ ଧରି ପାଳନ କରାଯାଉଛି । ୨୦୧୮ ମସିହା ଅକ୍ଟୋବର ୯ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଆ ବିଶ୍ୱିବିଦ୍ୟାଳୟର ଭିତିପ୍ରସ୍ଥର ସ୍ଥାପନ କରିଥିଲେ । ଏହାକୁ ମନେ ରଖିବା ପାଇଁ ଓଡିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ୭.୮ ଓ୯ ତାରିଖ ତିନିଦିନ ଧରି ପ୍ରତିଷ୍ଠା ଦିବସ ବିଶ୍ୱବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହେଉଛି ।  ଓଡିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ, ସବିତା ପ୍ରଧାନଙ୍କ ତତ୍ୱବଧାନରେ ପ୍ରତିଷ୍ଠା ଦିବସ ପାଳିତ ହେଉଛି । ପ୍ରଥମ ଦିବସରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତ କରାଯାଇ ଏକ ପ୍ରଦର୍ଶନୀ କରାଯାଇଥିଲା । ଦୁତୀୟ ଦିବସରେ ଓଡିଆ ବିଶ୍ୱବିଦ୍ୟାଳୟ ପରିସରରେ ଚନ୍ଦନ, ଅଁଳା, ବଉଳ, ସଚନିଆରୀ ଆଦି ବୃକ୍ଷ ରୋପଣ କରାଯାଇଥିଲା । ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ ବୃକ୍ଷ ରେପଣ କରିବା ବର୍ତ୍ତମାନ ସମୟରେ ମୁଖ୍ୟ କଥା ହୋଇପଡିଛି ବୋଲି ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ । ଯେ କୌଣସି ଖାଲି ପଡିଥିବା ସ୍ଥାନରେ ଫୁଲ, ଫଳ ଓ ଓøଷଧୀୟ ବୃକ୍ଷ ରୋପଣ କରିବା ପାଇଁ ଆଜିର ସମାଜକୁ ସେ ଆହ୍ୱନ ଦେଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ କୁଳସଚିବ ରଶ୍ମିରେଖା ଦାଶ ଓ ପିଜି ବିଭାଗର ଅଧ୍ୟକ୍ଷ ଡ, ପ୍ରଦ୍ୟୁମ୍ନ କୁମାର ମିଶ୍ରଙ୍କ ସହିତ ଅନ୍ୟ ଅଧ୍ୟାପକ ମାନେ ଯୋଗ ଦେଇଥିଲେ ।  ପ୍ରତିଷ୍ଠା ଦିବସର ଉଦଯାପନ ଦିବସରେ ଭାଷା, ସାହିତ୍ୟ, କଳାସ୍ଥାପତ୍ୟ, ପରିବେଷ ସୁରକ୍ଷା ଓ ସଂସ୍କୃତିରେ ନାମ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ପଞ୍ଚସଖାଙ୍କ ନାମରେ  ସମ୍ମାନୀତ କରାଯିବ ବୋଲି କୁଳପତିଙ୍କ ଠାରୁ ସୁଚନା ମିଳିଛି ।


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, , ୮/୧୦/୨୦୨୪---୭,୧୦   Sakhigopal News, 8/10/2024

Blog Archive

Popular Posts