ଭିଡିଓ ଭାଇରାଲ ହେବା ପରେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ କୁଶପୁତଳିକା ଦାହ
ସାକ୍ଷୀଗୋପାଳ,---ଏକ ଭିଡିଓ ଏ ମୋବାଇଲିରୁ ସେ ମୋବାଇଲିକି ଘୁରି ବୁଲୁଛି ତା ସହିତ ଅନେକ ଲୋକଙ୍କର ଅନେକ କଥା ସୁଚାଇଛନ୍ତି । ଏହି ଭିଡିଓଟି ଭାଇରାଲ ହେବା ପରେ ସତ୍ୟବାଦୀ ବିଜେଡି ଦଳ ପକ୍ଷରୁ ସତ୍ୟବାଦୀର ବିଧାୟକ ଓମ ପ୍ରକାଶ ମିଶ୍ରଙ୍କ କୁଶପୁତଳିକା ସତ୍ୟବାଦୀ ବ୍ଳକ ଛକ ୩୧୬ନମ୍ବର ଜାତୀୟ ରାଜପଥ ଉପରେ ଦାହ କରାଯାଇଛି । ଏହାର ନେତ୍ୱତୃ ନେଇଥିଲେ ସତ୍ୟବାଦୀ ବ୍ଳକ ସଭାପତି ପ୍ରମୋଦ କୁମାର ରାଉତ । ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଯୋଗଦେଇ ସତ୍ୟବାଦୀ ଇତିହାସରେ ଏକ କଳଙ୍କ ବା କଳା ଦାଗ ଲାଗିଲା ବୋଲି କହିବା ସହ ଦୁଖଃ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ବିଜେଡି ସଭାପତି ଶରତ ରାଉତରାୟ, ସ୍ୱାଧୀନ କୁମାର ଜେନା, ଜଳନ୍ଦର ସେଠୀ, ରଞ୍ଜନ କୁମାର ସାହୁ, ବିଜୟ ମହାପାତ୍ର, ସୁବାଷ ପ୍ରଧାନ ପ୍ରକାଶ ଖଟୋଇଙ୍କ ସହିତ ଦୁଗଲ ,ଜୟପୁର ବିଦ୍ୟାଧରପୁର, ବଳପୁର ଆଦି ପଞ୍ଚାୟତର ସରପଞ୍ଚଙ୍କ ସହିତ ସମିତସଭ୍ୟ ମାନେ ଉପସ୍ଥିତ ରହି ବିଭିନ୍ନ ନାରବାଜି ଦେଇ କୁଶପୁତଳିକା ଦାହା କରିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ସେଠାରେ ପିପିଲି ଏସଡିପିଓ ବିରଞ୍ଚି ନାରାୟଣ ପତି, ସତ୍ୟବାଦୀ ଥାନା ଅଧିକାରୀ ଉମେଶ କୁମାର ସାହୁ ସଦଳବଳେ ଘଟଣା ସ୍ଥଳରେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୮/୧୦/୨୦୨୪---୭.୨୦ Sakhigopal News, 8/1/2024