ସିଂଘା ପଡା-ସମ୍ବର ବିନ୍ଧା ଗ୍ରାମ୍ୟ ଉନ୍ନୟନ ବିଭାଗ ପିଚୁ ରାସ୍ତା କାମ ନିମ୍ନ ମାନର,ହାତ ମାରିଲେ ଉଠୁଛି ପିଚୁ
ନୟାଗଡ:- ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ଜଣାଶୁଣା ଖଣ୍ଡପଡ଼ା ବ୍ଲକ ଅଧୀନ ସିଂହାପଡ଼ା ଠାରୁ ସମ୍ବରବିନ୍ଧା ଅଞ୍ଚଳକୁ ଗମନାଗମନର ସୁବିଧା ନିମନ୍ତେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ରାସ୍ତାର ନବୀକରଣ କରାଯାଇଛି । ସୂଚନା ମୁତାବକ ୩ କୋଟି ଟଙ୍କା ବ୍ୟୟ ବରାଦରେ ୬.୩ କି.ମି ଦୁରତ୍ଵ ବିଶିଷ୍ଟ ଉକ୍ତ ରାସ୍ତାର ନବୀକରଣ କାର୍ଯ୍ୟ ଚାଲୁ ରହିଛି । ସଂପ୍ରତି ରାସ୍ତାରେ ପିଚୁ କାର୍ଯ୍ୟ କରାଯାଇଥିବା ବେଳେ ଉକ୍ତ ରାସ୍ତାରେ ବିଭିନ୍ନ ଯାନବାହାନ ଚଳାଚଳ ସମୟରେ ପିଚୁ ଉଠି ଯାଇଥିବା ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି । ଏପରି କି ମେଟାଲିଂ କାର୍ଯ୍ୟ ଠିକ୍ ରେ କରାଯାଇନ ଥିବା ବେଳେ ଏବେ କରାଯାଇଥିବା ପିଚୁ କାର୍ଯ୍ୟ ମଧ୍ୟ ଠିକ୍ ରେ ହେଉନଥିବା ଅଭିଯୋଗ ହୋଇଛି। ଲୋକମାନେ ମଧ୍ୟ ପିଚୁ କାର୍ଯ୍ୟ ହାତରେ ତାଡି ହୋଇଯାଇଥିବା ଦେଖାଇଛନ୍ତି । କାର୍ଯ୍ୟରେ ଅନିୟମିତତା ହେଉଥିବା ବେଳେ ବିଭାଗୀୟ କତୃପକ୍ଷ ଏଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଏ ସମ୍ପର୍କରେ ଖଣ୍ଡପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ଇଂ. ରାଜ କିଶୋର ନାୟକଙ୍କ ସହ ଯୋଗାଯୋଗ କରିବାରେ ପୂର୍ବରୁ ଯେଉଁ ପିଚୁ କାର୍ଯ୍ୟ ହେଉଥିଲା ତାହା ପରିବର୍ତ୍ତେ ଏବେ କୁଲ୍ଡ ପିଚୁରେ ନିର୍ମାଣ କରାଯାଉଛି । ଏହି କର୍ଯ୍ୟ ଉପରେ ବାଲି ପଡ଼ିବାର ବ୍ୟବସ୍ଥା ନାହିଁ । କୋଲ୍ଟ ପିଚୁ କାର୍ଯ୍ୟ କରିବାର ୨୪ ଘଣ୍ଟା ପରେ ଏହି ରାସ୍ତା ଉପରେ ଯାନବାହାନ ଚଳାଚଳ କଲେ କୌଣସି ଅସୁବିଧା ହେବ ନାହିଁ । ତେବେ ବ୍ୟବହାର କରାଯାଇଥିବା କୋଲ୍ଡ ପିଚୁ ଏପରି କାହିଁକି ହେଲା ସେ ଦିଗରେ ସେ ଦୃଷ୍ଟି ଦେବେ ବୋଲି କହିଛନ୍ତି । କାମ ଠିକ୍ ଭାବେ ସମ୍ପନ୍ନ ନ ହେବା ପର୍ଯ୍ୟନ୍ତ ଉକ୍ତ ରାସ୍ତା କାମର ବିଲ କରାଯିବ ନାହିଁ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୦/୧୨/୨୦୨୩----୮,୩୫ Sakhigopal News,10/12/2023