ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟର ଏକାଦଶ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ବର -- କୌଶଳଭିତ୍ତିକ ଶିକ୍ଷାପ୍ରଦାନ କ୍ଷେତ୍ରରେ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ପରିଚିତ ସେଞ୍ଚୁରିଅନ ବିଶ୍ବବିଦ୍ୟାଳୟ । ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାଶଙ୍କ ଅଧ୍ୟକ୍ଷତାରେ ତଥା ସମ୍ମାନୀୟ ଅତିଥି, ମାନ୍ୟବର ବିଚାରପତି ଶ୍ରୀ ସିଟି ରବିକୁମାର, ଭାରତ ସର୍ବୋଚ୍ଚ ନ୍ୟାୟାଳୟ, ଶ୍ରୀ ପୁଷ୍ପ କୁମାର ଯୋଶୀ, ଚେୟାରମ୍ୟାନ୍ କମ ପରିଚାଳନା ନିର୍ଦ୍ଦେଶକ, ଏଚପିସିଏଲ, ଡ଼ ବୀଭୀଆର ମୋହନ ରେଡ୍ଡୀ, ପ୍ରତିଷ୍ଠାତା ଚେୟାରମ୍ୟାନ୍, CYIENT ଏବଂ ପୂର୍ବତନ ଅଧ୍ୟକ୍ଷ NASSCOM , ଉପସ୍ଥିତିରେ ନିଜର ଏକାଦଶ ସମାବର୍ତ୍ତନ ଉତ୍ସବ ପାଳନ ଅନୁଷ୍ଠିତ ହୋଇଯାଇଛି। ସମାବର୍ତ୍ତନ ଉତ୍ସବରେ ସର୍ବପ୍ରଥମେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସୁପ୍ରିୟା ପଟ୍ଟନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ l ବିବରଣୀ ପ୍ରଦାନ ଅବସରରେ ପ୍ରଫେସର ପଟ୍ଟନାୟକ ମୁଖ୍ୟତଃ କହିଥିଲେଯେ ଏକାଦଶ ସମ୍ମିଳନୀରେ ଏହିପରି ସମ୍ମାନିତ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିବାରୁ ଆମେ ଗୈରବାନ୍ୱିତ । ଏହି ସମାରୋହ କେବଳ ଆମର ସ୍ନାତକୋତ୍ତର ଛାତ୍ରମାନଙ୍କ ପାଇଁ ଏକ ମାଇଲଖୁଣ୍ଟ ନୁହେଁ ବରଂ ବିଶ୍ୱବିଦ୍ୟାଳୟର ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଏକ ପ୍ରମାଣ । ଛାତ୍ରଛାତ୍ରୀ ନିଜର ଶିକ୍ଷାର ସଦଉପଯୋଗ ଦ୍ଵାରା ଏକ ଊନତ ସମାଜ ଗଡିପରିବେ ।ମହାମହିମ ରାଜ୍ୟପାଳ ନିଜ ବକ୍ତବ୍ୟ ଉପସ୍ଥାପନ କରି ବିଶ୍ବବିଦ୍ୟାଳୟର କୌଶଳଭିତ୍ତିକ ଶିକ୍ଷାକୁ ଲୋକାଭିମୁଖୀ କରିବାର ପ୍ରୟାସ ତଥା ଏହାର ସାମାଜିକ ଦାୟୀତ୍ବବୋଧକୁ ନିର୍ବାହ କରିବା ନିମିତ୍ତ ପଦକ୍ଷେପକୁ ପ୍ରଶଂସା କରିଥିଲେ l ଏହି ଉତ୍ସବରେ ସୁଙ୍କାରୀ କୃଷ୍ଣଭେନୀଙ୍କୁ ଭିଜିଟର୍ସ ସ୍ୱର୍ଣ୍ଣ ପଦକ, ସତରୁପା ପଣ୍ଡାଙ୍କୁ ଧୀରନ ପଟ୍ଟନାୟକ ସ୍ୱର୍ଣ୍ଣ ପଦକ, ୩୭ ଜଣ ଗବେଷକ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଉପାଧି ହାସଲ କରିଥିଲା ବେଳେ ୧୭ ଜଣ ଛାତ୍ରଛାତ୍ରୀ ସ୍ଵର୍ଣ୍ଣପଦକ ଲାଭ କରିଛନ୍ତି l
ବିଶ୍ୱବିଦ୍ୟାଳୟର ପ୍ରୋ କୁଳପତି ବିଶ୍ଵଜୀତ ମିଶ୍ର ସଫଳତାର ସହିତ ଉତ୍ତୀର୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ କର୍ତ୍ତବ୍ୟନିଷ୍ଠା ଓ ମୂଲ୍ୟବୋଧ ସମ୍ପର୍କିତ ଶପଥପାଠ କରାଇଥିଲେ l ଆଜିର ଏହି ସମାବର୍ତ୍ତନ ଉତ୍ସବରେ ବିଶ୍ବବିଦ୍ୟାଳୟର ସଭାପତି ପ୍ରଫେସର ମୁକ୍ତିକାନ୍ତ ମିଶ୍ର , ଉପସଭାପତି ପ୍ରଫେସର ଡି.ଏନ ରାଓ , ରେଜିଷ୍ଟ୍ରାର ପ୍ରଫେସର ଅନୀତା ପାତ୍ର ବିଶ୍ବବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ଗଣ ଯୋଗ ଦେଇଥିଲେ l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୧୨/୨୦୨୩----୮,୪୦ Sakhigopal News,10/12/2023
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୧୨/୨୦୨୩----୮,୪୦ Sakhigopal News,10/12/2023