ସାକ୍ଷୀଗୋପାଳ ରେ ୩ ଦିନିଆ ଶ୍ରୀକୃଷ୍ଣ ଜନ୍ମୋତ୍ସୋବ ଉଦଘାଟିତ
ସାକ୍ଷୀଗୋପାଳ----ସାକ୍ଷୀଗୋପିନାଥ ମନ୍ଦିର ସିଂହଦ୍ଵାର ସମ୍ମୁଖରେ ୩ ଦିନଧରି ଶ୍ରୀକୃଷ୍ଣ ଜନ୍ମୋତ୍ସୋବ ଉଦଘାଟିତ ହୋଇଯାଇଛି। ସାକ୍ଷୀଗୋପାଳ ସେଵାୟତ ସଂଘ ପକ୍ଷରୁ ଆୟୋଜିତ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମାରୋହରେ ମୁଖ୍ୟ ଅତିଥି ଭାବରେ ସତ୍ୟଵାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ ପ୍ରଦିପ ପ୍ଳଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସାକ୍ଷୀଗୋପାଳ ମନ୍ଦିର ପରିସର, ସମ୍ମୁଖଭାଗ ଓ ବକୁଳବନ ଆକର୍ଷଣୀୟ କରାଯିବ ବୋଲି ତହସିଲଦାର ଜୟସିଂହ ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ସତ୍ୟଵାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ ପଣ୍ଡା ଆଧ୍ୟାତ୍ମିକ, ଐତିହ୍ୟ ଏବଂ ସେଵାର ମାଟି ସତ୍ୟଵାଦୀ । ବିକଶିତ ପ୍ରକଳ୍ପରେ ସଭିଙ୍କ ର ସହଯୋଗ କାମନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥିଭାବେ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ବବାସୀ ତ୍ରିପାଠୀ ସେଵାୟତ ଓ ପ୍ରଶାସନ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ହୋଇଥିବାରୁ ସେଵାୟତ ମାନଙ୍କର ପ୍ରତିଟି ଅଭାବ ଅସୁବିଧା ରେ ପ୍ରଶାସନ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ସେଵାୟତ ସଂଘର ସଭାପତି ଶ୍ରୀବତ୍ସ ମହାପାତ୍ର ଉତ୍ସବ ରେ ସଭାପତିତ୍ୱ କରି ଏକ ସ୍ଵେଚ୍ଛାସେବୀ ସଂଗଠନ ଭାବରେ ସେଵାୟତ ସଂଘ ୭୫ ବର୍ଷରେ ପଦାର୍ପଣ କରିଥିବା ସୂଚନା ଦେଇଥିଲେ। ପରିଚାଳନା କରିଥିଲେ ସଂଘ ସମ୍ପାଦକ ଵିଜୟ କୁମାର ନନ୍ଦ। ସଂଯୋଜନା କରିଥିଲେ ଆଇନଜୀବୀ ଅଞ୍ଜନ କୁମାର ହୋତା। ସତ୍ୟଵାଦୀ ସଙ୍ଗୀତ ମହାଵିଦ୍ୟାଳୟ କଳାକାର ମାନେ ଓଡିଶୀ, ସମ୍ଵଲପୁରୀ, ଭଜନ ନୃତ୍ୟ ଓ ସଙ୍ଗୀତ ପରିଵେଷଣ କରିଥିଲେ। ଵ୍ରହ୍ମଗିରୀ ସୃଷ୍ଟି ଗୋଟିପୁଅ ନୃତ୍ୟ ପରିଷଦର କଳାକାର ମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗୋଟିପୁଆ ନୃତ୍ୟ ପରିବେଷଣ କରିଥିଲେ। ପଣ୍ଡିତ ମଣ୍ଡଳୀ ଵିଶ୍ବଶାନ୍ତି ମହାଯଜ୍ଞ ର ଅଧିଵାସ ଆରମ୍ଭ କରିଥିଲେ। ସାକ୍ଷୀଗୋପିନାଥଙ୍କ ମନ୍ଦିରକୁ ଏହି ଅବସରରେ ରଙ୍ଗ ଵେରଙ୍ଗ ଆଲୋକ ତାଳରେ ସୁ ସଜ୍ଜିତ କରାଯାଇଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୯/୨୦୨୩----୧୦,୨୫ Sakhigopal News,5/9/2023