ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳନ
ସାକ୍ଷୀଗୋପାଳ----
ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନେ ମିଳିତ ହୋଇ ଗୁରୁଦିବସ ଉତ୍ସବ ମହା ସମାରୋହରେ ପାଳିତ କରିଛନ୍ତି। ପ୍ରଥମେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଧୂପ ଦୀପ ପୁଷ୍ପମାଲ୍ୟ କରାଯାଇଥିଲା। ତତ୍ପରେ ସର୍ବମାନ୍ୟ ଗୁରୁ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଛାୟାଛବି ପୂଜା କରାଯାଇଥିଲା । ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ବାରା ଆୟୋଜିତ ସଭାରେ ସଭାପତିତ୍ୱ କରିଥିଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ। ବିଦ୍ୟାଳୟର ଅଭିଭାବକ କମିଟିର ସଭାପତି ଚକ୍ରଧର ମହାରଣା ଉପସ୍ଥିତ ରହିଥିଲେ।ଅନେକ ଛାତ୍ର ଛାତ୍ରୀ ରାଧାକ୍ରିଷ୍ଣନଙ୍କ ଜୀବନ ଓ ପାରଦର୍ଶିତା ଉପରେ ନିଜ ନିଜର ବକ୍ତବ୍ୟ ଦେଇଥିଲେ।ଶିକ୍ଷୟିତ୍ରୀ ଗୀତାଞ୍ଜଳି ବେହେରା ଗୁରୁ ଦିବସ ପାଳନ ପରମ୍ପରା ଉପରେ ଉଦ୍ବୋଧନ ଦେଇଥିଲେ। ବୈଜୟନ୍ତି ମିଶ୍ର,ସୌଦାମିନୀ ନାୟକ,ପୁନମ କୁଜୁରୁ,ପ୍ରତୀକ୍ଷା ମିଶ୍ର,ତଟିନୀ ତ୍ରିପାଠୀ,ଉର୍ମିଳା ଦାଶ,ନିହାରିକା ସେନାପତି,ସୁଚିତ୍ର ଖଟେଇ,ବସନ୍ତ ସ୍ବାଇଁ, ମୃତ୍ୟୁଞ୍ଜୟ ମହାପାତ୍ର ଓ ଚିନ୍ମୟ ଜେନା ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିବାବେଳେ ଛାତ୍ର ପ୍ରତିନିଧି ସୌମ୍ୟରଞ୍ଜନ ସ୍ବାଇଁ ଧନ୍ୟବାଦ ଜଣାଇଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୯/୨୦୨୩----୯,୨୦ Sakhigopal News,6/9/2023
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୯/୨୦୨୩----୯,୨୦ Sakhigopal News,6/9/2023