ଭେଡେନ ବ୍ଲକ ସ୍ତରୀୟ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଓ ଗୁରୁ ପୂଜନ ଉତ୍ସବ
ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ସୁନାଲରମ୍ଭା ବିଦ୍ୟାଳୟ ଠାରେ ପବିତ୍ର ଗୁରୁ ଦିବସ ତଥା ଗୁରୁପୁଜନ ଅବସରରେ ମଛିନ୍ଦ୍ର ମଲ୍ଲିକ, ବି. ଇ. ଓ. ଭେଡେନଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ହେମବତି ମେହେର, ପ୍ରବୀର କୁମାର ରଥ ଓ ଅଭିମନ୍ୟୁ ଭୋଇ, ଏ. ବି. ଇ. ଓ, ଭେଡେନ, ପୂର୍ବତନ ପ୍ରଧାନ ଶିକ୍ଷକ ବିବେକାନନ୍ଦ ଦାସ, ନନ୍ଦ କିଶୋର ସ୍ୱାଇଁ, ପ୍ରଫୁଲ୍ଲ ମହାପାତ୍ର, ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ମହାକୁର ଓ ଏସ୍. ଏମ୍. ସି. ସଭାପତି ବିଜୟ କୁମାର ମହାକୁର ମଞ୍ଚାସିନ ଥିଲେ l ସର୍ବପ୍ରଥମେ ଶ୍ରୀ ଗଣେଶ, ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଓ ଏ ମାଟିର ବୀର ଶହୀଦ ନିଲାଞ୍ଚଲ୍ ପଟେଲଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା, ମlଲ୍ୟାର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା l ବ୍ଲକର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ, ତାରାଚାନ୍ଦ ଭୋଇ, ଜୟଦେବ ବିଶ୍ବାଳ, ପ୍ରହଲ୍ଲାଦ ବିଶି, ରସାନନ୍ଦ ବଢେଇ, ଗଣପତି ବେହେରା, ବିବେକାନନ୍ଦ ଦାସ, ପ୍ରଫୁଲ୍ଲ କୁମାର ମହାପାତ୍ର, ରବୀନ୍ଦ୍ର ସେଠ୍, ନନ୍ଦ କିଶୋର ସ୍ୱାଇଁ, ନଳିନୀ ବଡ଼ପଣ୍ଡା, ମିତ୍ରଭାନୁ ମାଝୀ, ସନ୍ତୋଷ କୁମାର ମେସୁଆ ଓ ଜଗଦିଶ ଦେହେରୀ ମୋଟ ତେର ଜଣଙ୍କୁ ବି. ଇ. ଓ.ଙ୍କ ଦ୍ବାରା ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ଦେଇ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା l ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଶିକ୍ଷକଙ୍କ ଭୂମିକା ବିଷୟରେ ବକ୍ତା ଗଣ ମତ ବ୍ୟକ୍ତ କରିଥିଲେ l ଆଜି ବ୍ଲକର ସମସ୍ତ ବିଦ୍ୟାଳୟରେ ମୋ ସ୍କୁଲ୍ ଅଭିଯାନ ଆନୁକୁଲ୍ୟରେ ଆଲୁମିନୀ ସଭ୍ୟ ସଭ୍ୟା ମାନଙ୍କୁ ନେଇ ବୃକ୍ଷ ରୋପଣ କାର୍ଯକ୍ରମ ଏବଂ ସୁନାଲରମ୍ଭା ୟୁ.ପି. ଏମ.ଇ.ଠାରେ ବି. ଇ. ଓ., ଏ. ବି. ଇ. ଓ., ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ପଡ଼ିଆରେ ବ୍ଲକ ସ୍ତରୀୟ ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା l ଶିକ୍ଷକ ଲଳିତ କୁମାର ସାହୁ କାର୍ଯକ୍ରମ ପରିଚାଳନା କରିଥିଲେ । ଶିକ୍ଷକ ସୂର୍ଯ୍ଯଚନ୍ଦ୍ର ପଟେଲ ଧନ୍ୟବାଦ ଦେଇଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୫/୯/୨୦୨୩-----୧୦,୨୦ Sakhigopal News 5/9/2023