ସାକ୍ଷୀଗୋପାଳ----)ସତ୍ୟବାଦୀ କୃଷି ବୈଷୟକ ପରିଚାଳନା ସଂସ୍ଥା (ଆତ୍ମ)ର ନୂତନ ଅଧ୍ୟକ୍ଷ ହେଲେ ବିଜେଡି ସମର୍ଥିତ ମହମ୍ମଦ ଯାକରିୟ। ଏହି ପଦ ପାଇଁ ନିର୍ବାଚନ ଏବଂ ଜିଲ୍ଲା ଆତ୍ମା କମିଟି ପାଇଁ ସଦସ୍ୟ ପାଇଁ ଚୟନ ପ୍ରକିୟା ପାଇଁ ନିର୍ବାଚନ ଆରମ୍ଭ ହୋଇଥିଲା। ବିଜୁ ଜନତା ଦଳର ସମର୍ଥିତ ପ୍ରାର୍ଥୀ ମହମ୍ଦଦ୍ ଯାକରିୟା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ ଜିଲ୍ଲା ସଦସ୍ୟ ପାଇଁ ବସନ୍ତ ରାଉତରାୟ ଏବଂ ଶ୍ରୀ ମତୀ ମମତା ପାଣିଙ୍କୁ ଚୟନ କରାଯାଇଥିଲା । ବ୍ଲକ୍ ଛକ ସ୍ଥିତ ବାଟ ମହାବୀର ମନ୍ଦିର ପ୍ରାଙ୍ଗଣରୁ ଆତ୍ମା କମିଟି ର ସମସ୍ତ ସଦସ୍ୟ ସଦସ୍ୟା ମାନେ ଏକାଠି ହୋଇ କୃଷି ସୂଚନା ପରାମର୍ଶ କେନ୍ଦ୍ରକୁ ଯାଇଥିଲେ । ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରଯାଇଥିଲା ।ଏହି କାର୍ଯ୍ୟକ୍ରମରେ ୨୨ ଜଣ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହିଥିବା ବେଳେ ସତ୍ୟବାଦୀ ୩ଟି ଜୋନ ର ଜିଲ୍ଲା ପରିଷଦ ୩୧, ୩୨, ୩୩, ନାରାୟଣ ରାଉତରାୟ, ବିଷ୍ଣୁ ପ୍ରିୟ ବରାଳ, ରତିକାନ୍ତ ମିଶ୍ର ଙ୍କ ସହିତ ସତ୍ୟବାଦୀ ବ୍ଲକ ପଞ୍ଚାୟତ ସମିତି ଅଧକ୍ଷ ସୁନୀଲ କୁମାର ପଣ୍ଡା ଏହି ନିର୍ବାଚନରେ ଉପସ୍ଥିତଥିଲେ । ଏହି ନିର୍ବାଚନ ପକ୍ରିୟାରେ ବିଭିନ୍ନ ବିଭାଗର ୧୦ଜଣ ଅଧିକାରୀ ଦାୟିତ୍ୱ ତୁଲାଇଥିଲେ । ନିର୍ବାଚନ ପକ୍ରିୟାରେ ସଦସ୍ୟ ସଦସ୍ୟା ମାନେ ଆତ୍ମା ଅଧ୍ୟକ୍ଷ ଭାବେ ମହମ୍ମଦ ଯାକରିୟା ଙ୍କ ନାମକୁ ପ୍ରସ୍ତାବ ଦେଇ ସମର୍ଥନ ଜଣାଇଥିଲେ । ସମସ୍ତ ସଦସ୍ୟ ସଦସ୍ୟା ଙ୍କ ସର୍ବ ସମ୍ମତି କ୍ରମେ ମହମ୍ମଦ ଯାକରିୟା ଙ୍କୁ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଥିଲା । ବ୍ଳକ ଅଧ୍ୟକ୍ଷଙ୍କ ସହିତ ନବ ନିର୍ବାଚିତ ଆତ୍ମାର ଅଧ୍ୟକ୍ଷ ଓ ସଦସ୍ୟ ସଦସ୍ୟା ମାନଙ୍କ ସହିତ ବିଜେଡି ଦଳର ସମର୍ଥକ ଓ କର୍ମକର୍ତ୍ତାଙ୍କ ସହିତ ଏକ ପଟୁଆରରେ ସାକ୍ଷୀଗୋପାଳ ବଜାର ଦେଇ ସାକ୍ଷୀଗୋପିନାଥ ମନ୍ଦିର ଯାଇ ଠାକୁରଙ୍କ ଆଶିର୍ବାଦ କାମନା କରିଥିଲେ । ଚାଷୀ ମାନଙ୍କ ପାଇଁ ରାଜ୍ୟ ସରକାର ଯେଉଁ ଭଳି ଭାବେ ଯୋଜନା କରିଛନ୍ତି ତାକୁ ଚାଷୀ ମାନଙ୍କ ପାଖରେ ସତ୍ୟବାଦୀ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ ପହଞ୍ଚାଇଛନ୍ତି । ସରକାର ଙ୍କ ଯୋଜନା ଏବଂ ବିଧାୟକ ଙ୍କ ନିର୍ଦ୍ଦେଶରେ ମୁଁ ସମସ୍ତ ଚାଷିକୂଳର ଉନ୍ନତି ପାଇଁ ସବୁବେଳେ ତାଙ୍କ ସହିତ ଛିଡା ହୋଇ ରହିବି ବୋଲି କହିଛନ୍ତି ନବ ନିର୍ବାଚିତ ଆତ୍ମା ଅଧ୍ୟକ୍ଷ ଶ୍ରୀ ଯାକରିୟ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ ,୭/୯/୨୦୨୩। ----୯,୫୦ Sakhigopal News,7/9/2023
ସତ୍ୟବାଦୀ ଆତ୍ମାର ଅଧ୍ୟକ୍ଷ ହେଲେ ମହମ୍ମଦ ଯାକରିୟ
Reviewed by
sakhigopal news
on
08:41
Rating:
5