Breaking News

ସ୍କୁଲ ଗେଟରେ ତାଲା ପକାଇ ଛାତ୍ର ଛାତ୍ରୀଙ୍କ ଧାରଣା ତୃତୀୟ ଦିନରେ, ଛାତ୍ରଛାତ୍ରୀ ଓ ପ୍ରଶାସନ ଉଭୟେ ନିଜ ନିଜ ଜିଦରେ ଅଟଳ, ସୋମବାର ରାଜରାସ୍ତା ଅବରୋଧ



ଜଟଣୀ---ଜଟଣୀ ବ୍ଲକ ଅଧୀନ ପାଞ୍ଚଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁଶାନ୍ତ ଭୋଳ ବିଜ୍ଞାନ ଶିକ୍ଷକଙ୍କ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନେ ଫାଟକରେ ତାଲା ପକାଇ ଧାରଣା  ଏବେ ତୃତୀୟ ଦିନରେ ପହଞ୍ଚିଛି। ଏଥିରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ସରକାରୀ ପ୍ରଶାସନିକ ଅଧିକାରୀ ଉଭୟେ ନିଜ ନିଜର ଜିଦରେ ଅଟଳ ରହିଛନ୍ତି। ତେବେ ଏହି ଘଟଣାକୁ କେନ୍ଦ୍ର କରି ଗ୍ରାମବାସୀମାନେ ଏକତ୍ରିତ ହୋଇ ପ୍ରଶାସନକୁ ଖୋଲା ଚାଲେଞ୍ଜ ଦେଇଛନ୍ତି । ଯଦି ଏହାର କୌଣସି ସମାଧାନ କରା ନଯାଏ, ଏବଂ ପିଲାମାନଙ୍କ ପାଠପଢ଼ାରେ ସମସ୍ୟା ସୃଷ୍ଟି ହୁଏ ତେବେ ଆସନ୍ତା ସୋମବାର ଦିନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମାନେ ମୁଖ୍ୟ ରାସ୍ତା ଅବରୋଧ କରି ନିଜ ହକ ଜାହିର କରିବେ।ତେବେ ଏ ନେଇ ବ୍ଲକ ଶିକ୍ଷା ଅଧିକାରିଣୀ ରଶ୍ମିବାଳା ପରିଡାଙ୍କୁ  ପଚାରିବାରେ ସେ କହିଛନ୍ତି ଯେ, ବଦଳି ହୋଇଥିବା ଶିକ୍ଷକଙ୍କ ବଦଳି ବାତିଲ କରିବା ମୋ ହାତରେ ନାହିଁ। ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ସହିତ ଆଲୋଚନା କରନ୍ତୁ। ଅନ୍ୟପଟେ ଭୁବନେଶ୍ୱର ଉପଜିଲାପାଳ ମଧୁସୂଦନ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ଯେ,  ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷାଅଧିକାରୀଙ୍କ ସହିତ ଆଲୋଚନା କରିବି। ସୂଚନା ଥାଉକି, ପାଞ୍ଚ ଗାଁ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁଶାନ୍ତ ଭୋଳଙ୍କ ନିକଟରେ ଜାମୁକୋଳି ବିଦ୍ୟାଳୟ କୁ ବଦଳି କରାଯାଇଛି। ଛାତ୍ର ଛାତ୍ରୀ ମାନଙ୍କ କହିବା ଅନୁସାରେ ସୁଶାନ୍ତ ସାର ଆମକୁ ଯେଉଁଭଳି ପାଠ ପଢ଼ାନ୍ତି ଅନ୍ୟ କେହି ସେମିତି ପଢାଉ ନାହାନ୍ତି |ସରକାରୀ ରେକର୍ଡ ଅନୁସାରେ ଆମ ସ୍କୁଲରେ ପାଞ୍ଚ ଜଣ ଶିକ୍ଷକ |କିନ୍ତୁ ବାସ୍ତବରେ ଏଠି ଦୁଇ ଜଣ ପାଠ ପଢ଼ାନ୍ତି | ୫ ଜଣଙ୍କ ମଧ୍ୟରୁ ଜଣେ ଶିକ୍ଷୟତ୍ରୀ ଗୀତାଞ୍ଜଳି ମହାପାତ୍ର ଦୀର୍ଘ ଦିନ ହେବ ଡେପୁଟେସନ ରେ ଅନ୍ୟତ୍ର ଯାଇଛନ୍ତି | ଆଉ ଜଣେ ଶିକ୍ଷକ ଅକ୍ଷୟ ସାରଙ୍କର ଆସନ୍ତା ମାସରେ ବଦଳି ହେବ ବୋଲି ସେ ପାଠ ନ ପଢାଇ କାଗଜ ପତ୍ର କାମରେ ଲାଗିଛନ୍ତି |ଆଉ ଜଣେ ଶିକ୍ଷକ ହାଡିବନ୍ଧୁ ବେହେରା କିଡ଼ନୀ ରୋଗରେ ଆକ୍ରାନ୍ତ ଥିବାରୁ ସେ ଭଲରେ ପାଠ ପଢାଉ ନାହାନ୍ତି |ସୁଶାନ୍ତ ସାରଙ୍କୁ ମିଶାଇ ମାତ୍ର ଦୁଇଜଣ ଶିକ୍ଷକ ଆମ ସ୍କୁଲରେ ପାଠ ପଢାଉ ଛନ୍ତି |ତାଙ୍କ ଭିତରୁ ଯଦି ସୁଶାନ୍ତ ସାର ଙ୍କୁ ବଦଳି କରିଦେବେ ଆମେ ପାଠ ପଢ଼ିବୁ କେମିତି ବୋଲି ପିଲାମାନେ ପ୍ରଶ୍ନ କରିଛନ୍ତି |
 ସ୍ଥାନୀୟ ସରପଞ୍ଚଙ୍କ କହିବା ଅନୁସାରେ ୧୯୬୩ ମସିହାରୁ ଏହି ସ୍କୁଲ ଚାଲି ଆସୁଛି |ପ୍ରତିବର୍ଷ ୩୦୦ ରୁ ୪୦୦ ପିଲା ଆମ ସ୍କୁଲରେ ପାଠ ପଢୁଥିଲେ |ଗତ କିଛି ବର୍ଷ ହେଲାଣି ୨୦୦ ରୁ ୨୫୦ ପର୍ଯ୍ୟନ୍ତ ପିଲା ପାଠ ପଢୁଥିଲା ବେଳେ ବ୍ଲକ ଶିକ୍ଷାଧିକାରୀ ଏବଂ ପ୍ରଶାସନର ଏଭଳି ମନୋମୁଖୀ କାର୍ଯ୍ୟ ଯୋଗୁ ଏବେ ପିଲା ସଂଖ୍ୟା ୮୩ ଜଣରେ ପହଞ୍ଚିଲାଣି |ତେବେ ସୁଶାନ୍ତ ସାରଙ୍କୁ ବଦଳି ନ କରିବାକୁ ଆମେ ଅଭିଭାବକ ସମେତ ଗ୍ରାମବାସୀ ମାନେ ବ୍ଲକ ଶିକ୍ଷାଧିକାରିଣୀ ,ଜିଲା ଶିକ୍ଷାଧିକାରୀ ଏବଂ ଜିଲ୍ଲାପାଳଙ୍କୁ ମଧ୍ୟ ଚିଠି ମାଧ୍ୟମରେ ଜଣାଇଛୁ | କିନ୍ତୁ କୁନି କୁନି ପିଲାଙ୍କ ଭବିଷ୍ୟତ କଥା ଚିନ୍ତା କରିବା ପରିବର୍ତ୍ତେ ସୁଶାନ୍ତ ସାରଙ୍କୁ ଅନ୍ୟତ୍ର ବଦଳି କାରଗଲା |ତେଣୁ ବାଧ୍ୟ ହୋଇ ପିଲାମାନେ ସ୍କୁଲ ଗେଟରେ ତାଲା ପକାଇ ଧାରଣା ଦେଇଛନ୍ତି | ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୯/୨୦୨୩----୯,୫୫ Sakhigopal News,9/9/2023

Blog Archive

Popular Posts