Breaking News

ଡିସିପିଙ୍କ ଉପସ୍ଥିତିରେ ଜଟଣୀ ପୋଲିସର ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ


ଜଟଣୀ --
 ଜଟଣୀ ସହର ଅଗ୍ରୱାଲ ଧର୍ମଶାଳା ଠାରେ ଜଟଣୀ ପୋଲିସ ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି |ବୈଠକରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଉପସ୍ଥିତ ରହି ଆସନ୍ତା ଗଣେଶ ପୂଜାରେ କିଭଳି ସୁରୁଖୁରୁରେ ସମସ୍ତ କାର୍ଯ୍ୟ ସମ୍ପାଦନ ହେବ ସେ ନେଇ ଜଟଣୀର ବିଭିନ୍ନ ବଜାର କମିଟି ଓ ଗଣେଶ ପୂଜା କମିଟି ସହ ଆଲୋଚନା କରିଥିଲେ |ବିଶେଷ କରି ପୂଜା ସମୟରେ ଟ୍ରାଫିକ କଣ୍ଟ୍ରୋଲସହିତ ୨୪ ଘଣ୍ଟିଆ ପେଟ୍ରୋଲିଂ ବ୍ୟବସ୍ଥା କରିବାକୁ ସମସ୍ତ ବଜାର କମିଟି ପକ୍ଷରୁ ଦାବି କରାଯାଇଥିଲା |ଯାହାକୁ ଡିସିପି ଗୁରୁତ୍ୱ ଦେବା ସହ ଜଟଣୀ ପୋଲିସ ସବୁ ପ୍ରକାର ସହଯୋଗ କରିବ ବୋଲି ପ୍ରତିଶୃତି ଦେଇଥିଲେ ।ଏକକ ୱାଇଣ୍ଡୋ ସିଷ୍ଟମରେ ପରିମିସନ ପାଇଁ ଜଟଣୀ ଥାନାରେ ୧୫ ଏବଂ ୧୬ ତାରିଖରେ ଆବେଦନ କରିପାରିବେ l ପ୍ରତ୍ୟକ ପୂଜା କମିଟି ପୂଜା ମଣ୍ଡପ ନିର୍ମାଣ ଏବଂ ତୋରଣ ପାଇଁ ସେପ୍ଟି ସାର୍ଟିଫିକେଟ ପାଇବେ l ଜଟଣୀ ଥାନାରେ 24 ଘଣ୍ଟିଆ ଜରୁରୀକାଳୀନ ସେବା କଣ୍ଟ୍ରୋଲ ରୁମ କାର୍ଯ୍ୟକାରୀ ହେବ l ଶୋଭାଯାତ୍ରା ରେ ଅଶ୍ ପ୍ରତି ଦୃଷ୍ଟିଦେବା l ଛୋଟ ବଡ଼ ମୂର୍ତ୍ତି ବିସର୍ଜନ ପାଇଁ ପୃଥକ ପୃଥକ ଅସ୍ଥାୟୀ ପୋଖରୀରେ କରାଯାଇଛି l ଭସାଣି ସମୟରେ ସମସ୍ତ ବଜାର କମିଟି ନିଜ ତରଫରୁ ସ୍ବେଛାସେବୀ ନିୟୋଜିତ କରି ଭିଡ଼ କୁ ଆୟତ୍ତ କରିବାକୁ ଏବଂ ପୋଲିସ କୁ ସହଯୋଗ କରିବାକୁ ଡିସିପି ନିବେଦନ କରିଛନ୍ତି |ଏହି ବୈଠକରେ ଜୋନ ଏସିପି, ଜଟଣୀ ଆଇଆଇସି, ପୌର ଅଧ୍ୟକ୍ଷ , ପୌର ନିର୍ବାହୀ ଏବଂ ଅନ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ | ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୯/୨୦୨୩----୯,୫୫ Sakhigopal News,9/9/2023

Blog Archive

Popular Posts