ଡିସିପିଙ୍କ ଉପସ୍ଥିତିରେ ଜଟଣୀ ପୋଲିସର ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ
ଜଟଣୀ -----ଜଟଣୀ ସହର ଅଗ୍ରୱାଲ ଧର୍ମଶାଳା ଠାରେ ଜଟଣୀ ପୋଲିସ ପକ୍ଷରୁ ଗଣେଶ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |ବୈଠକରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ଉପସ୍ଥିତ ରହି ଆସନ୍ତା ଗଣେଶ ପୂଜା କିଭଳି ଶାନ୍ତି ଶୃଙ୍ଖଳାରେ ଶେଷ ହେବ ସେ ନେଇ ଜଟଣୀର ବିଭିନ୍ନ ବଜାର କମିଟି ସହ ଆଲୋଚନା କରିଥିଲେ | ବିଶେଷ କରି ପୂଜା ସମୟରେ ଟ୍ରାଫିକ କଣ୍ଟ୍ରୋଲ,୨୪ ଘଣ୍ଟିଆ ପେଟ୍ରୋଲିଂ ବ୍ୟବସ୍ଥା କରିବାକୁ ସମସ୍ତ ବଜାର କମିଟି ପକ୍ଷରୁ ଦାବି କରାଯାଇଥିଲା |ଯାହାକୁ ଡିସିପି ଗୁରୁତ୍ୱ ଦେବା ସହ ଜଟଣୀ ପୋଲିସ ସବୁ ପ୍ରକାର ସହଯୋଗ କରିବ ବୋଲି ପ୍ରତିଶୃତି ଦେଇଥିଲେ । ଏକକ ୱାଇଣ୍ଡୋ ସିଷ୍ଟମରେ ପରିମିସନ ପାଇଁ ଜଟଣୀ ଥାନାରେ୧୫ ଏବଂ ୧୬ ତାରିଖରେ ଆବେଦନ କରିପାରିବେ l ପ୍ରତ୍ୟକ ପୂଜା କମିଟି ପୂଜା ମଣ୍ଡପ ନିର୍ମାଣ ଏବଂ ତୋରଣ ପାଇଁ ସେପ୍ଟି ସାର୍ଟିଫିକେଟ ପାଇବେ l ଜଟଣୀ ଥାନାରେ ୨୪ ଘଣ୍ଟିଆ ଜରୁରୀକାଳୀନ ସେବା କଣ୍ଟ୍ରୋଲ ରୁମ କାର୍ଯ୍ୟକାରୀ ହେବ l ଶୋଭାଯାତ୍ରା ରେ ଅଶ୍ଳୀଳ କାର୍ଯ୍ୟକ୍ରମ ପାଇଁ ନୋ ଅବଜେକ୍ସନ ପ୍ରତି ଦୃଷ୍ଟିଦେବା l ଛୋଟ ବଡ଼ ମୂର୍ତ୍ତି ବିସର୍ଜନ ପାଇଁ ପୃଥକ ପୃଥକ ଅସ୍ଥାୟୀ ପୋଖରୀରେ ବୁଡ଼ ପକାଇବା l ଭସାଣି ସମୟରେ ସମସ୍ତ ବଜାର କମିଟି ନିଜ ତରଫରୁ ସ୍ବେଛାସେବୀ ନିୟୋଜିତ କରି ଭିଡ଼ କୁ ଆୟତ୍ତ କରିବାକୁ ଏବଂ ପୋଲିସ କୁ ସହଯୋଗ କରିବାକୁ ଡିସିପି ନିବେଦନ କରିଛନ୍ତି |ଏହି ବୈଠକରେ ଜୋନ ଏସିପି, ଜଟଣୀ ଆଇଆଇସି, ପୌର ଅଧକ୍ଷ, ପୌର ନିର୍ବାହୀ ଏବଂ ଅନ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ |ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୯/୨୦୨୩----୯,୫୫ Sakhigopal News,9/9/2023