ମରଣଯନ୍ତା ପାଲଟିଛି ଜଟଣୀର ସହରର ମୁଖ୍ୟ ରାସ୍ତା
ଜଟଣୀ -- ବହୁ ଅଭିଯୋଗ ସତ୍ୱେ ଆଜି ପର୍ଯ୍ୟନ୍ତ ମରାମତି ହୋଇପାରିଲାନି ଜଟଣୀ ସହରର ମୁଖ୍ୟରାସ୍ତା l ଜଟଣୀ ଏବଂ ପିପିଲିକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କୁଦିଆରୀ ବଜାର, ଚାରିଛକ ଓଭରବ୍ରିଜ ତଳ ବର୍ତ୍ତମାନ କୁତ୍ରିମ ହ୍ରଦରେ ପରିଣତ ହୋଇ ବିରାଟ ଖାଲରେ ପରିଣତ ହେଲାଣି l ପ୍ରତିଦିନ ଏହି ରାସ୍ତାରେ ଶହ ଶହ ଟ୍ରକ,ବସ ଏବଂ ସ୍କୁଲ, କଲେଜ ଛାତ୍ରଛାତ୍ରୀ,ବରିଷ୍ଠ ନାଗରିକ, ସାଧାରଣ ଜନତା ଯିବା ଆସିବା କରିଥାନ୍ତି l ଯାତାୟାତ ସମୟରେ ପ୍ରତ୍ୟକ ଦିନ ଛୋଟ ମୋଟ ଦୁର୍ଘଟଣା ଘଟେ l ଏହି ରାସ୍ତା ଦେଇ ମଧ୍ୟ ଆମ ସ୍ଥାନୀୟ ଅଞ୍ଚଳର ନେତା, ପୋଲିସ ପ୍ରଶାସନ, ବରିଷ୍ଠ ସାମ୍ବାଦିକ ଭାଇ, ଏବଂ ରେଳ ପ୍ରଶାସନ ଯାତାୟତ କରୁଥଲେ ମଧ୍ୟ ଏହାର ମରାମତି ପ୍ରତି ଧ୍ୟାନ ନ ଦେବା ବଡ଼ ଆଶର୍ଯ୍ୟ କଥା ହୋଇଛି l କହିବାକୁ ଗଲେ ଆମ ପୌରପରିଷଦର ଅଧ୍ୟକ୍ଷଙ୍କ ସବୁଦିନିଆ ଯିବାଆସିବା ରାସ୍ତା । ଏବଂ ସେହି ସ୍ଥାନୀୟ ଅଞ୍ଚଳରେ ନିଜକୁ ଖୋର୍ଦ୍ଧା ଜିଲ୍ଲାର ଉପ ସଭାପତିଙ୍କ ଯିବା ଆସିବା ମୁଖ୍ୟ ରାସ୍ତା , କିନ୍ତୁ ଫଳ ଶୂନ l ସହରର ବିକାଶକୁ ନେଇ କିଛି ନେତା, ଅଫିସର ଡେଙ୍ଗୁରା ପିଟୁଛନ୍ତି l କିନ୍ତୁ ଏହି ରାସ୍ତାର ଦୁର୍ଦ୍ଦିନ ଅବସ୍ଥା ଦୀର୍ଘଦିନର ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ମରାମତି ହୋଇପାରିନାହିଁ l ଆଗକୁ ଜଟଣୀରେ ଓଡିଶା ପ୍ରସିଦ୍ଧ ଗଣେଶ ପୂଜା ଉତ୍ସବରେ ହଜାର ହଜାର ଭକ୍ତଙ୍କ ସମାଗମ କୁ ଆଖି ଆଗରେ ରଖି ପୂର୍ତ୍ତ ବିଭାଗର ଅଧିକାରୀ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି କାର୍ଯ୍ୟ ଗଣେଶ ପୂଜା ପୂର୍ବରୁ ଶେଷ କରିବାପାଇଁ ସାଧାରଣରେ ଦାବି ହେଉଛି l