Breaking News

ପୌରପରିଷଦର ଖାମଖିଆଲ ନୀତି , ଖୋଲା ମେଲାରେ ଚାଲିଛି ଅଳିଆ ବୁହା




ଜଟଣୀ--ପୌରପରିଷଦର ଖାମଖିଆଲ ନୀତି ଏବଂ ମନଇଛା ସଫେଇ ତା ସାଙ୍ଗକୁ ଅଳିଆ ଉଠାକୁ
 ନେଇ ସହର ବାସି ଅସନ୍ତୁଷ୍ଟ l ପୌରପରିଷଦ ପରିମଳ ବ୍ୟବସ୍ଥା ପାଇଁ ଠିକା ସଂସ୍ଥା ମାଧ୍ୟମରେ ମାସିକ ୨୨ ରୁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ସ୍ଥଳେ ପରିବେଶ ସୁରକ୍ଷା ଏକ ଭିତ୍ତିହୀନ ଅଟେ l ଶୁଖିଲା ଓ ଓଦା ଅଳିଆ ଉଠାପାଇଁ ୨0 ଟି ବ୍ୟାଟେରୀ ଚାଳିତ ଗାଡି, ଟାଟା ଏସି 4ଟି, ଛୋଟ ବଡ ଟ୍ରାକ୍ଟର ୮ ଟି, ବ୍ୟାଟେରୀ ଚାଳିତ ଟାଟା ଏସି ୨ ଟି ସମୁଦାୟ 34 ଟି ଗାଡି ଦୈନିକ ବ୍ୟବହାର ହୋଇଥାଏ l ତଥାପି ସହରର ଅଳିଆ ଆବର୍ଜନା ସମ୍ପୂର୍ଣ୍ଣ ରୂପେ ସଫା ହୋଇପାରୁନାହିଁ l ଯେଉଁ ଅଳିଆ ଆବର୍ଜନା ଗୁଡିକ ଟ୍ରାକ୍ଟର ଗୁଡିକରେ ଉଠାଯାଇ ନିଆଯାଉଛି ତାହା ଖୋଲାମେଲା କରି ସହରର ମୁଖ୍ୟ ରାସ୍ତାରେ ଗଲାବେଳେ ଅଳିଆ ଗୁଡିକ ରାସ୍ତାରେ ପଡିବା ସହ ବାଟୋଇ ମାନଙ୍କୁ ଉପରେ ପଡୁଛି l ଫଳରେ ରାସ୍ତାରେ ଅଳିଆ ଗଦା ହେଉଛି l ମୁଖ୍ୟ ରାସ୍ତାରେ ଗଲା ବେଳେ ପବନ ବାଜି ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି କରୁଛି l ଯେତେ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଚୁପ l ଆଜି ପୌରାପ୍ରସନର ଅଳିଆ ଟ୍ରାକ୍ଟର ଖୋଲାମେଲା ଭାବେ ହରିଭାଇନା ମୁଖ୍ୟ ରାସ୍ତାରୁ ଆଦର୍ଶ ବିଦ୍ୟାଳୟ ଦେଇ ଡମ୍ପିଙ୍ଗ ଏୟାର୍ଡ଼କୁ ଯିବା ସମୟରେ ଏହି ଦୃଶ୍ୟ ଦୃଷ୍ଟି ଗୋଚର ହୋଇଥିଲା l ନିୟମ ଅଛି ଯେତେବେଳେ ଗାଡ଼ିରେ ଅଳିଆ ବୁହା ହେବ ସେତେବେଳେ ଅଳିଆ ଗାଡିକୁ ସମ୍ପୂର୍ଣ୍ଣ ରୂପେ ଜରି ପାଲରେ ଘୋଡାଇ ନେବା କଥା l କିନ୍ତୁ ଏହାର ଖୁଲମଖୁଲା ନିୟମ ଉଲ୍ଲଘଂନ କରୁଛି ଠିକା ସଂସ୍ଥା l କିନ୍ତୁ ଠିକା ସଂସ୍ଥା ପ୍ରତି କାର୍ଯ୍ୟାନୁଷ୍ଠାନ ଶୂନ l ଏଠି ପ୍ରଶ୍ନ ଉଠେ ସଫେଇ ଠିକା ସଂସ୍ଥାକୁ ପୌର ପ୍ରଶାସନର ଅନୁକମ୍ପା ଦେଖାଇବାର କାରଣ କଣ ?। ସାଧାରଣଙ୍କ ମତରେ ଏଠାରେ ଠିକା ସଂସ୍ଥା ଏବଂ ପୌରପ୍ରଶାସନ ମଧ୍ୟରେ ସବୁ କାର୍ଯ୍ୟ ଚାଲିଛି l ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ l ପୌରପ୍ରଶାସନର ଏଭଳି କାର୍ଯ୍ୟ ପୁନର୍ବାର ଦେଖିବାକୁ ମିଳେ ତେବେ ଏହାର ଠିକ ଜବାବ ଦିଆଯିବ ବୋଲି ଦୃଢତାର ସହ ପ୍ରକାଶ କରିଛନ୍ତି ସହରର ଜନସାଧାରଣ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୯/୯/୨୦୨୩-----୯,୪୫ Sakhigopal News,9/9/2023

Blog Archive

Popular Posts