Breaking News

ଗଣ୍ଡଗୋଳ ରୋକିବାକୁ ଯାଇ ମଧ୍ୟସ୍ଥିଙ୍କ ମୁଣ୍ଡଫାଟିଲା ; ଘଟଣାରେ ଜଣେ ଅଟକ

 ଡେଲାଙ୍ଗ ------ରାସ୍ତାରେ ବାଇକି ସାଇଟ ମାରିବାକୁ କେନ୍ଦ୍ରକରି ଏକ ମାରପିଟ ଘଟଣାରେ ଡେଲାଙ୍ଗ ପୁଲିସ ଜଣେ ଆକ୍ରମଣ କାରୀକୁ ଥାନାରେ ଅଟକ ରଖଥିବା ଜଣାପଡିଛି । ପୁଲିସର ସୁଚନା ଅନୁଯାଇ ଡେଲାଙ୍ଗ ଥାନା ଅନ୍ତର୍ଗତ ଡେଲାଙ୍ଗ ରାମଚନ୍ଦ୍ରପୁର ରାସ୍ତାରେ ଜଟାଧାରି ବେହେରା ସୋମବାର ରାତିରେ ଚାଲି ଚାଲି ଯାଉଥିବା ବେଳେ କେତେକ ଯୁବକ ବାଇକି ରେ ତାଙ୍କୁ ସାଇଟ ମାରିଥିଲେ । ଏହାକୁ ନେଇ ବାଇକି ଆରୋହୀ ଯୁବକଙ୍କ ସହ ଜଟାଧାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଏହା ଉଗ୍ରରୁପ ଧାରଣ କରିଥିଲା । ଘଟଣାସ୍ଥଳରେ ଉପସ୍ଥିତ ଥିବା ଜୈନିକ ନିଳକଣ୍ଠ ବେହେରା ଉକ୍ତ ବିବାଦର ସମାଧାନ କରିବାକୁ ଉଦ୍ୟମ କରିଥିଲେ ।ଏଥିରେ ଉତକ୍ଷିପ୍ତ ହୋଇ ବାଇକି ଆରୋହୀ ଯୁବକମାନେ ତାଙ୍କୁ ମାଡ ମାରିଥିଲେ । ସେଥିରେ ନିଳକଣ୍ଠଙ୍କ ମୁଣ୍ଡ ଫାଟିଯାଇଥିବା ବେଳେ ସେ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଡେଲାଙ୍ଗ ମେଡିକାଲରେ ଭର୍ତି କରାଯାଇଥିବା ବେଳେ ପରେ ପୁରୀ  ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏହି ସମ୍ପର୍କରେ ଜଟଧାରୀ ଡେଲାଙ୍ଗ ପୁଲିସରେ ଲିଖିତ ଅଭିଯୋଗ କରିବା ପରେ କେସ ନମ୍ବର ୧୩/୨୧ରେ ଡେଲାଙ୍ଗ ପୁଲିସ ମାମଲା ଏକ ରୁଜୁ କରିଛନ୍ତି ।  ଜଣେ ଆକ୍ରମଣ କାରୀଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଥିବା ସମ୍ପର୍କରେ ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକ ସୁଚନା ଦେଇଛନ୍ତି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୦/୧/୨୦୨୧----୬,୧୫

Blog Archive

Popular Posts