କନ୍ୟା ମାନଙ୍କ ହାତରେ ବୃକ୍ଷ ରୋପଣ
ଡେଲାଙ୍ଗ ---- ଆଜି ହେଉଛି ଜାତୀୟ କନ୍ୟା ଦିବସ ଅବସରରେ ଡେଲାଙ୍ଗ ଥାନା ଅନ୍ତର୍ଗତ ଗୁଡୁପାଇଲୋ ଗ୍ରାମର ନୀଳକଣ୍ଟେଶ୍ୱର ଦେବଙ୍କ ପ୍ରାଙ୍ଗଣ ପରିସରରେ କନ୍ୟା ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କରାଯାଇଛି । ସବୁଜ ଡେଲାଙ୍ଗ ଟ୍ରଷ୍ଟର ପ୍ରତିଷ୍ଠାତା ପରିବେଶ କର୍ମୀ ହୃଷୀାକଶ ପାଢ଼ୀଙ୍କ ତତ୍ୱବଧାନରେ ଗ୍ରାମର କୁମାରୀ ମାନଙ୍କ ହାତରେ ବିଭିନ୍ନ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିବା ସହ କନ୍ୟାରତ୍ନ ମାନଙ୍କୁ ବୃକ୍ଷର ଯନ୍ô ନେବାକୁ ପରାମର୍ଶ ଦେଇଥିଲେ । ପରିବେଶକୁ ସରୁକ୍ଷା ବା ତାର ଯତ୍ନ ନେବା ପାଇଁ ହେଲେ ଆମକୁ ଅଧିକରୁ ଅଧିକ ଗଛ ଲଗାଇବାକୁ ହେବ ବୋଲି ଆଇନଜୀବୀ ଶ୍ରୀ ପାଢ଼ୀ ଉପସ୍ଥିତ ଥିବା କନ୍ୟା ମାନଙ୍କୁ କହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୪/୧/୨୦୨୧--୯,୩୫