Breaking News

୧୫ଲିଟର ଦେଶୀ ମଦ ଜବତ-୩ଗିରଫ

 ଡେଲାଙ୍ଗ------ ଡେଲାଙ୍ଗ ପୁଲିସ ବିଶେଷ ସୁତ୍ରରୁ ଖବର ପାଇ ବିଭିନ୍ନ ସ୍ଥାନରେ ଚଢଉକରି ଆସ୍କାଫଟି ଦେଶୀ ମଦ ୧୫ ଲିଟର ଜବତ କରିବା ସହିତ ୩ଜଣ ମଦ ବେପାରୀଙ୍କୁ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ପୁଲିସ ସୁତ୍ରରୁ ମିଳିଥିବା ସୁଚନାନୁଯାଇ କେସ୍  ନମ୍ବର ୧୬/୨୧ରେ ଦିଲିପ ମଙ୍ଗରାଜ(୩୧) ଜଗଦଳପୁର ଗ୍ରାମର  ହାଟ ଡେଲାଙ୍ଗ ମାଛ ମାର୍କଟେ ପଛପଟେ ମଦ ବିକ୍ରି କରୁଥିବା ସମୟରେ ୫ଲିଟର ଦେଶୀ ମଦ ଜବତ କରିବା ସହିତ ତାଙ୍କୁ ପୁଲିସ ଗିରଫ କରିଛି । ସେହିପରି ୧୭/୨୧ କେସ୍ ନମ୍ବରରେ ସୁଶାନ୍ତ ଛୋଟରାୟ (୫୨)ଗ୍ରାମ ଗୈାରଦେଇପୁର ଗ୍ରାମର ଡେଲାଙ୍ଗ ହାଟ ମେଡିକାଲ ଛକ ନିକଟରେ ମଦ ବିକ୍ରି କରୁଥିବା ସମୟରେ ୫ଲିଟର ଆସ୍କା ଫଟି ମଦ ଜବତ କରିବା ସହିତ ତାଙ୍କୁ ଗିରଫ କରାଯାଇଛି । ଡେଲାଙ୍ଗ ଥାନା କେସନଂ୧୮/୨୧ ରେ ଗଣ୍ଡପଡା ଗ୍ରାମର ସୁଚିତ୍ରା ନାୟକ( ୪୦) ନିଜ ଜଳଖିଆ ଦୋକାନରେ ଦେଶୀ ମଦ ବିକ୍ରି କରୁଥିବା ସମୟରେ ୫ଲିଟର ଆସ୍କା ଫଟି ମଦ ଜବତ କରିବା ସହ ତାଙ୍କୁ ଗିରଫ କରାଯାଇଛି । ଗିରଫ୍ ୩ଜଣ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଳଣ କରାଯାଇଥିବା ନେଇ ଡେଲାଙ୍ଗ ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ସୁଚନା ମିଳିଛି । 

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୨/୧/୨୦୨୧----୬,୩୦

Blog Archive

Popular Posts