ବିଡିଓ, ଏସଡିପିଓ ଫଳରସ ପିଆଇ ଆମରଣ ଅନଶନ ଭାଙ୍ଗିଲେ ଧାରଣା ଜାରି ରହିବ; ଗୋବିନ୍ଦ ମହାପାତ୍ର
ସାକ୍ଷୀଗୋପାଳ ------ ଫନି କିୟାନୁଷ୍ଠାନ କମିଟି ଓ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ରାସ୍ତାରେ ଚାଲିଥିବା ଆମରଣ ଅନଶନ ଦଶମ ଦିନରେ ପହଞ୍ଚିଥିଲା । ଅନଶନ କରିଥିବା ନବ ନିର୍ମାଣ କୃଷକ ସଙ୍ଗଠନର ପୁରୀ ଜିଲ୍ଲା ସଂଯୋଜକ ଗୋବିନ୍ଦ ମହାପାତ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସମର୍ଥନ କରୁଥିବା ଓ ଫନି ସହାୟତାରୁ ବଞ୍ଚିତ ହୋଇଥିବା ପୁରୁଷ ମହିଳା ଲୋକମାନେ ତହସିଲ କାର୍ଯ୍ୟାଳୟରେ ଧସେଇ ପଶିବାକୁ ଚେଷ୍ଟା କରିଥିଲେ । ଏହାକୁ ନେଇ ସେଠାରେ କିଛି ସମୟ ଉତ୍ତୋଜନା ପ୍ରକାଶ ପାଇଥିଲା । ସତ୍ୟବାଦୀ ପୋଲିସ ଏହି ଖବର ପାଇ ତହସିଲ କାର୍ଯ୍ୟାଳୟ ପରିସରରେ ହେ ହଲ୍ଲା କରୁଥିବା ଲୋକମାନଙ୍କୁ ପୋଲିସ ଘଉଡାଇ ଦେଇଥିଲା । ପରେ ପରେ ସେଠାରେ ପିପିଲି ଏସଡିପିଓ ଦେବଦତ୍ତ ବରାଳ, ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର , ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ସହିତ ସତ୍ୟବାଦୀ ବିଡିଓ ପହଞ୍ଚି ଆମରଣ ଅନଶନ କାରିଙ୍କ ସହିତ ଦୀର୍ଘ ସମୟ ଧରି ଆଲେଚନା କରିଥିଲେ । ଶେଷରେ ଆମରଣ ଅନଶନ କରିଥିବା ଶ୍ରୀ ମହାପାତ୍ରଙ୍କ ଠାରୁ ଡକରା ପାଇ ଅଖିଳ ଭାରତ ହିନ୍ଦୁ ମହାସଭାର ରାଜ୍ୟ ସହ ସଭାପତି ସୂର୍ଯ୍ୟ ରଥ ସାମିଲ ହୋଇ ଆଲେଚନା ସଫଳ କରିଥିଲେ । ସ୍ୱତନ୍ତ୍ର ଭାବେ ବିଡିଓ, ତହସିଲଦାର, ପିପିଲି ଏସଡିପିଓ , ସତ୍ୟବାଦୀ ଥାନା ଆଇଆଇସି ଙ୍କ ସହିତ ଅନଶନ କରିଥିବା ଶ୍ରୀ ମହାପାତ୍ର ଓ ସୂର୍ଯ୍ୟରଥ ମିଳିତ ହୋଇ ତଦନ୍ତ କରିବେ । ଏହି କଥାକୁ ବିଶ୍ୱାସ କରିବା ସହ ଶ୍ରୀ ମହାପାତ୍ରଙ୍କ ଅବସ୍ଥା ଗୁରୁତର ହେଉଥିବାରୁ ଅନଶନ ଉଠିଲା ବୋଲି ଶ୍ରୀ ମହାପାତ୍ର ଘୋଷଣା କରିଥିଲେ । ତାଙ୍କୁ ଏସଡିପିଓ ଶ୍ରୀ ଦତ୍ତ, ବିଡିଓ ଶ୍ରୀ ବେହେରା ଓ ମହିଳା ନେତ୍ରୀ ବିଷ୍ଠୁପିୟା ରଥ ଫଳରସ ପିଆଇ ଅନଶନରୁ ଉଠାଇଥିଲେ । ଅନ୍ୟ ପକ୍ଷେ ଫନି କ୍ଷତିଗସ୍ତ ପରିବାରଙ୍କୁ ସରକାରୀ ସାହାର୍ଯ୍ୟ ନ ମିଳିବା ପର୍ଯ୍ୟନ୍ତ ଏଠାରେ ଧାରଣା ଚାଲିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ରୀନା ମଲିକ, ପିତାମ୍ଭରୀ ଦାସ, ସୁକାନ୍ତି ମଲ୍ଲିକ, ଗଜେନ୍ଦ୍ର ପ୍ରଧାନ, ଜଗନ୍ନାଥ ବାରିକ, ଶରତ ପ୍ରଧାନ,ଦିବାକର ବିଶ୍ୱାଳ, ପ୍ରାଭତ ଚୌଧୁରୀ, ବାବୁଲି ପ୍ରଧାନ, ଦିବାକର ବିଶ୍ୱାଳ, ଗିରିଧାରୀ ବରାଳ, ପ୍ରବାସିନୀ ବିଶ୍ୱାଳ, ଟିକେଇ ପ୍ରଧାନ, ପାର୍ବତୀ ଦେଇ, ଶାନ୍ତି ଭୋଇ, ଚନ୍ଦ୍ରମା ଦେଇ, ବିଷ୍ଣୁପିୟା ରଥ, ଭୁବନେଶ୍ୱର ଜେନା, ସଦାନନ୍ଦ ଭୋଇ ପ୍ରମୁଖ ଅନଶନ କାରୀ ସ୍ଥଳରେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୧/୨୦୨୧---୮,୪୦