ବିଧ୍ୟାୟିକା ସୁନନ୍ଦା ଦାସ ମାରାଥନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ
ବରୀ- ବରୀ ନିର୍ବାଚନ ମଣ୍ଡଳୀରେ ବୁଧବାର ବିଧାୟିକା ଶ୍ରୀମତୀ ସୁନନ୍ଦା ଦାସ ୪ ଗୋଟି ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଜଳ ସମ୍ପଦ ବିଭାଗ ଜାରକାର ବରୀ ଜଳ ସେଚନ ଅଧୀନରେ ଥିବା ପ୍ରକଳ୍ପ କଳାଖଣ୍ଡ ସ୍ଥିତ ବ୍ରାହ୍ମଣୀ ନଦୀ ଦକ୍ଷିଣ ପାଖର ନଦୀ ବନ୍ଧର ପୁନଉଦ୍ଧାର କାର୍ଯ୍ୟ ଖରିପଡିଆ ଠାରୁ ହ୍ରରିଜନସାହି ପଯ୍ୟନ୍ତ ରାସ୍ତା ୧ କୋଟି ୮୦ ଲକ୍ଷ । ବାଇଁଶିରିଆ କଡ଼ିକମା ନଦୀ ବନ୍ଧର ସୁନାମୁହିଁ ଠାରୁ ରଜାପୁର ନଦୀବନ୍ଧ ପାଶ୍ୱ ସଂରକ୍ଷଣ ଓ ପୁନ ଉଦ୍ଧାର କାର୍ଯ୍ୟ ପାଇଁ ୨ କୋଟି ୮୫ ଲକ୍ଷ, ସଂଗଦେଇପୁର ଭଅଂରା ନଦୀ ବନ୍ଧର ପାଶ୍ୱ ସୁଦଢୀ କରଣ ପାଇଁ ୫ କୋଟି ୮୪ଲକ୍ଷ ଟଙ୍କା ବ୍ୟୟ ଅଟକଳର ପ୍ରକଳ୍ପକୁ ବିଧାୟିକା ଶ୍ରୀମତୀ ଦାସ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବରୀ ଜଳ ସମ୍ପଦର ସହକାରୀ ଯନ୍ତ୍ରୀ ତରୁଣ କାନ୍ତ ଦାସ ଓ କନିଷ୍ଠ ଯନ୍ତ୍ରୀ କେଶବ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ। ସେହିପରି ପୃତ୍ ଓ ଗୃହ ନିର୍ମାଣ ବିଭାଗର ଶୁକକ-ମହାକାଳପଡ଼ା ରାସ୍ତାର ସମ୍ପ୍ରସାରଣ କରିବା ପାଇଁ ୨ କୋଟି ୧୩ ଲକ୍ଷ ବ୍ୟୟ ଅଟକଳ କାର୍ଯ୍ୟକୁ ଶ୍ରୀମତୀ ଦାସ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଗୃହ ପୃତ ବିଭାଗର ସହ କାରୀ ଯନ୍ତ୍ରୀ ରଜ କିଶୋର ସାହୁ , ଅଲେଖ ବେହେରା ବିଜେଡି ଦଲର ବହୁ କର୍ମୀ ଉପସ୍ଥିତ ଥିଲେ।
*ବରୀରୁ ଦର୍ଶନ ବେହେରା,୨୩/୧/୨୦୨୧----୬,୩୦