ଜଟଣୀ ପ୍ରେସ୍ କ୍ଲବର ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ
ଜଟଣୀ -ସ୍ଥାନୀୟ ରାମଚନ୍ଦ୍ରପୁର ଠାରେ ଅବସ୍ଥିତ 'ପ୍ରେସ୍ କ୍ଲବ 'ର ୭୨ ତମ ସାଧାରଣତନ୍ତ୍ର ଦିବସ କ୍ଲବର ସଭାପତି ବିରଞ୍ଚି ନାରାୟଣ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଜଟଣୀ ବ୍ଲକ ଉନ୍ନୟନ ଅଧିକାରୀ ସରୋଜ କୁମାର ମହାପାତ୍ର, ଜଟଣୀ ପୌର ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତି, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଜଟଣୀ ନାଗରିକ କମିଟିର ସଭାପତି ମନ୍ମଥ ରାଉତରାୟ ଏବଂ ପୂର୍ବତନ ଚେୟାରମ୍ୟାନ ସଂଗ୍ରାମ କେଶରୀ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ ।ସସଭା କାର୍ଯ୍ୟ ପ୍ରାରମ୍ଭରୁ ବିଧାୟକ ମହାଶୟ ଦ୍ବୀପ ପ୍ରଜ୍ୱଳନ କରି ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ । ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଉତ୍ସବରେ ସମୀକ୍ଷା ରିପୋର୍ଟର ହୃଦାନନ୍ଦ କୋଦାମ ସିଂ, ନିତିଦିନ ଏବଂ ସକାଳ ଖବର କାଗଜର ଖବରଦାତା ଇସ୍ମାଇଲ ଅଲ୍ଲୀ, ସୂର୍ଯ୍ୟପ୍ରଭା ରିପୋର୍ଟର ଦେବପ୍ରସାଦ ଦାଶ ଏବଂ ବଳିଷ୍ଠ ସାମ୍ବାଦିକ ଅଙ୍କୁଶ ଖବରଦାତା ବୀରକିଶୋର ବାରିକ ପ୍ରମୁଖଙ୍କୁ କ୍ଲବର ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟଙ୍କ ଉପସ୍ଥିତରେ ବିଧାୟକ ସୁରେଶ କୁମାର ରାଉତରାୟ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ଏହି ସମ୍ମାନର ମୂଳ ଲକ୍ଷ୍ୟ ଦେଶର ଚତୁର୍ଥ ସ୍ତମ୍ଭ ନାମରେ ପରିଚିତ ସାମ୍ବାଦିକମାନେ ନିର୍ଭିକ ଏବଂ ନିଚ୍ଛକ ଖବର ସଂଗ୍ରହ କରି ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବା । କ୍ଲବର ସଦସ୍ୟ ମାନେ ଉପସ୍ଥିତ ଛୋଟ ଛୋଟ ପିଲାଙ୍କୁ ଚକଲେଟ, ବିସ୍କେଟ ଏବଂ ମିଷ୍ଟାନ ବଣ୍ଟନ କରିଥିଲେ । କୋଭିଡ ସଂକ୍ରମଣକୁ ଆଖିଆଗରେ ରଖି ଛୋଟ ଛୋଟ ପିଲାଙ୍କୁ ମାସ୍କ ବଣ୍ଟନ କରାଯାଇଥିଲା ।
ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ ୨୮/୧/୨୦୨୧----୧,୧୦