ଫୋନ ଯୋଗେ ଶିକ୍ଷକଙ୍କୁ ହତ୍ୟା ଧମକ ; ଚାରିଦିନ ପରେବି ପୋଲିସ ହାତବାନ୍ଦି ବସିଛି
ସାକ୍ଷୀଗୋପାଳ-----ଜଣେ ଶିକ୍ଷକଙ୍କୁ ଅଜଣା ନମ୍ବରରୁ ହତ୍ୟା ଧମକ ମିଳୁଥିବା ନେଇ ସତ୍ୟବାଦୀ ଥାନାରେ ସେ ଅଗିଯୋଗ କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ଥାନା ଅନ୍ତର୍ଗତ କାଞ୍ଜିଆ ଗ୍ରାମର ବିଶ୍ୱଜିତି ପ୍ରଧାନ କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରନ୍ତି । ୨୪ ତାରିଖ ଦିନ ସେହି ଗ୍ରାମର ଜଣେ ଯୁବକ ଶିକ୍ଷକ ପ୍ରକାଶ ଚନ୍ଦ୍ର ସ୍ୱାଇଁଙ୍କୁ ମାରଣାତ୍ମକ ଆକ୍ରମଣ କରିଥିଲେ । ଏ ସମ୍ପର୍କରେ ବଳଙ୍ଗା ଥାନାରେ ଏକ ଅଭିଯୋଗ କରିଥିଲେ ଶିକ୍ଷକ ଜଣଙ୍କ । ଅଭିଯୋଗ କରିବାର ଦିନକ ପରେ ୯୬୬୮୫୦୪୬୦୦ନଂରୁ ବାରମ୍ବାର ହତ୍ୟା ଧମକ ଆସିବା ସହ ତୁରନ୍ତ ବଳଙ୍ଗା ଥାନାରେ ଅଭିଯୋଗ ଉଠାଇ ଆଣିବା ପାଇଁ କୁହାଯାଉଛି ବୋଲି ସେ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି । ଏଣୁ ତାଙ୍କ ଜିବନ ପ୍ରତି ବିପଦ ଅଛି ତୁରନ୍ତ ଏ ଦିଗପ୍ରତି ପୁରୀ ଏସପି ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଶିକ୍ଷକ ସଂଘ ପକ୍ଷରୁ ନିବେଦନ କରାଯାଇଛି । ଅଭିଯୋଗ କରିବାର ଚାରିଦିନ ପରେ ବି ବଳଙ୍ଗା ଥାନା ହାତ ବାନ୍ଦି ବସିଥିବା ଶିକ୍ଷକ ମାନଙ୍କ ପକ୍ଷରୁ କୁହାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୧/୨୦୨୧----୫,୪୦