Breaking News

ଗୋପବନ୍ଧୁଙ୍କ ଷଠିଘରେ ସମ୍ବଲପୁର ପୁର୍ବତନ ବିଧାୟିକା ପୂଜାର୍ଚ୍ଚନା କଲେ


 ସାକ୍ଷୀଗୋପାଳ ------ ବିଦ୍ୟାଳୟ ସମୟେରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନୀ ସମ୍ପର୍କରେ ବହିରେ ପାଠ ପଢ଼ିଥିଲୁ । ସେହି ଦିନ ଠାରୁ ତାଙ୍କ ବାସସ୍ଥାନ ଦର୍ଶନ କରିବା ପାଇଁ ମନ ବ୍ୟାକୁଳ ହୋଇଉଠିଥିଲା । କାରଣ ସେ ଜଣେ ନିଷ୍ଠାପର , ନିସ୍ୱାର୍ଥ ଦେଶ ସେବକ ଥିଲେ । ସେବା ପାଇଁ ଯେଉଁ ବ୍ୟକ୍ତି ସବୁକିଛି ହରାଇଛନ୍ତି । ସେ ବ୍ୟକ୍ତିଙ୍କ ଗୁଣ ଗାରିବା ବଖାଣିବା ନିଜର ମୁଖାମି ବୋଲି ସମ୍ବଳପୁର ପୁର୍ବତନ ବିଧାୟିକା ଡ. ରାସେଶ୍ୱରୀ ପାଣିଗ୍ରାହୀ କହିଛନ୍ତି । ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ଷଠିଘରେ ଡ. ପାଣିଗ୍ରାହୀ ମହାପୁରଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ତାଙ୍କ ସାଙ୍ଗରେ କଟକର ସ୍ତ୍ରୀରୋଗ ବିଶେଷଜ୍ଞଡ. ସିନ୍ଧୁ ନନ୍ଦିନୀ ତ୍ରିପାଠୀ ଓ ବରଗଡ ଜିଲ୍ଲାର ସ୍ତୀରୋଗ ବିଶେଷଜ୍ଞଡ. ସରୋଜିନୀ ମହାରଣା ରହିଥିଲେ । ଆଜିର ଦିନରେ ଓଡିଶାର ସମ୍ପର୍କର ସେତୁ ଭୁଷୁଡି ପଡିବାରେ ଲାଗିଛି । ଏହି ସେତୁ ଭଷୁଡି ପଡିବା ଆଗରୁ ରାଜ୍ୟ ସରକାର ଐତିହ୍ୟ ଗ୍ରାମ କରିବା ପାଇଁ ଯେଉଁ ନିସ୍ପତି ନେବା ସହ ପ୍ରାୟାସ ଜାରି ରହିଛି ଶୁଣି ଖୁସି ହେବାସହ ରାଜ୍ୟମୁଖ୍ୟଢ଼ନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି  । ଗୋପବନ୍ଧୁ କାହାର ବ୍ୟକ୍ତଗତସମ୍ପତି ନୁହନ୍ତି ସେ ସମଗ୍ର ମାନବ ଜାତିର ବୋଲି  କହିଥିଲେ । ଫଟୋନଂ ୧୮୮୫ ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୧/୨୦୨୧----୬,୧୫

Blog Archive

Popular Posts