Breaking News

ନୋଡ଼ସ୍ ବ୍ଲଗ୍ ପରିବାର ତରଫରୁ ଏକ ରାଜ୍ୟ ସ୍ତରୀୟ ଅନ୍ ଲାଇନ ଆଲୋଚନା ଚକ୍ର

 
  ଭୁବନେଶ୍ୱର--- ଭୁବନେଶ୍ୱର ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ନୋଡ଼ସ୍ ବ୍ଲଗ୍ ପରିବାର ତରଫରୁ ଏକ ରାଜ୍ୟ ସ୍ତରୀୟ ଅନ୍ ଲାଇନ   ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଯାଉଛି। ଯାହାର ଶୀର୍ଷକ ଥିଲା ନୋଡସ୍ ବ୍ଲଗ୍ ସାହିତ୍ୟିକ କ୍ଷେତ୍ର ରେ ଏକ ପୃଷ୍ଠଭୂମି ତିଆରି କରିବାରେ ସଫଳ କି ଅସଫଳ । ଯେଉଁଥିରେ ଚାରୋଟି ଭାଷା ଯଥା ଇଂରାଜୀ,ହିନ୍ଦୀ,ଓଡ଼ିଆ ଓ ସମ୍ବଲପୁରୀ ଭାଷା ର ପ୍ରଚାର ପ୍ରସାର ବିକାଶ ଉପରେ ବିସ୍ତୃତ ଭାବରେ ଆଲୋଚନା କରା ଯାଇଥିଲା ।  ମୁଖ୍ୟ ଅତିଥି ଭାବରେ କବିରତ୍ନ କୃଷ୍ଣଚନ୍ଦ୍ର ଭୋଇ, ଡ଼ କ୍ଷୀରୋଦିନୀ ବେହେରା , ଡ଼ ମାନସ ରଞ୍ଜନ ପଣ୍ଡା ଏବଂ ଶ୍ରୀମତୀ ଦୀପ୍ତି ରାଣୀ ସିଂହ ଯୋଗଦାନ କରିଥିଲେ । ସଭାକାର୍ଯ୍ୟ ଟିକୁ ନୋଡସ୍ ବ୍ଲଗ୍ ର  ପ୍ରତିଷ୍ଠାତା ସୁଶ୍ରୀ ପୋତଶ୍ରୀୟା ବଢେଇ ପରିଚାଳନା କରିବା ସହିତ ମୋନାଲିସା ସିଂ ଏକ ଦେଶାତ୍ମବୋଧକ ସଙ୍ଗୀତପରିବେଷଣ କରି ଥିଲେ । ନୋଡସ୍ ବ୍ଲଗ୍ ର ସୂର୍ଯ୍ୟକାନ୍ତ ମିଶ୍ର, ମିତାଲି ମଧୁସ୍ମିତା କର,ରାଇରଞ୍ଜନ ନନ୍ଦ, ସ୍ବାଗତମ ରଥ, ରୋଶନ ସାହୁ,ସରୋଜ କୁମାର ଆଚାର୍ଯ୍ୟ,ଆକାଶ ସାହୁ,ସରୋଜ ସାହୁ,ମିଥୁନ ନାୟକ, କମଳ ବରିହା, ଦିଲେଶ ମେହେର,ମୋନାଲିସା ସିଂ, ଆକାଂକ୍ଷା ଶର୍ମା, ଦିଲେଶ୍ୱରୀ ମେହର,ସୁମନ୍ତ ସାହୁ,ବିନୟ କୁମାର ମହାନ୍ତି,ଅନିଲ ସାହୁ ଆଦି ସଭ୍ୟବୃନ୍ଦ ସକ୍ରିୟ ଭାବରେ ଅଂଶଗ୍ରହଣ କରି ନିଜ ନିଜ ସୁଚିନ୍ତ ମତାମତ ପ୍ରଦାନ କରିଥିଲେ । ସମସ୍ତଙ୍କର ଉପସ୍ଥାପନା ବେଶ୍ ଉଚ୍ଚକୋଟୀର ଓ ଶିକ୍ଷଣୀୟ ଥିଲା । ଆଜିକାର ଗଣତନ୍ତ୍ର ଦିବସ ଅବସରରେ ଅନୁଷ୍ଠିତ ହୋଇଥିବା ନୋଡ଼ସ୍ ବ୍ଲଗ୍ ର ଆଲୋଚନା ଚକ୍ର ରେ ନୋଡ଼ସ୍ ବ୍ଲଗ୍ ଦେଶର ସାହିତ୍ୟିକ କ୍ଷେତ୍ରରେ ଏକ ବିପ୍ଳବିକ ପୃଷ୍ଠଭୂମି ତିଆରି କରି ରାଷ୍ଟ୍ରୀୟ ଓ ଅନ୍ତ ରାଷ୍ଟ୍ରୀୟ ସ୍ତରରେ ସଫଳ ରୂପାୟନ ଦେବାକୁ ସମସ୍ତେ ସଂକଳ୍ପ ବଦ୍ଧ ହୋଇଥିଲେ । ସାହିତ୍ୟର ବିକାଶ ଏବଂ ଉଜ୍ବଳ ଭବିଷ୍ୟତ ପାଇଁ ନୋଡସ୍ ବ୍ଲଗ୍ ପରିବାର ତରଫରୁ ଏହିପରି ଅନେକ ପାଠ୍ୟଚକ୍ର ଅନୁଷ୍ଠିତ ହେଉଛି ଅବଂ ହେବ ବୋଲି ଅନୁଷ୍ଠାନର ପ୍ରତିଷ୍ଠାତା ସୁଶ୍ରୀ ପୋତଶ୍ରୀୟା ବଢେଇ କହିଛନ୍ତି। ଶେଷରେ ନୋଡସ୍ ବ୍ଲଗ୍ ପରିବାର ର ସୂର୍ଯ୍ୟକାନ୍ତ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।
 ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି,୨୮/୧/୨୦୨୧------ ୧୨,୪୦

Blog Archive

Popular Posts