Breaking News

ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ କରାଇଲେ ବିଧାୟକ; ଶ୍ରୀ ସାମନ୍ତରାୟ

 


  ସାକ୍ଷୀଗୋପାଳ ------ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବଣିଆଁସାହି ଅଙ୍ଗନୱାଡି କେନ୍ଦ୍ର ଉଦଘାଟନ କରିବା ସହ ସେଠାରେ ଥିବା ମହିଳା, ପୁରଷ, ବାଳିକା.କିଶୋରୀ ସମସ୍ତଙ୍କୁ ଏକ ଶପଥ ପାଠ କରାଇଥିଲେ । ବିଶେଷ କରି ସତ୍ୟବାଦୀ ବ୍ଳକରେ ବାଲ୍ୟ ବିବାହ ସମ୍ପର୍ଣ୍ଣ ରୋକା ଯିବା ସହ, କିଶୋରୀ ବାଳିକା ମାନଙ୍କ ପାଇଁ ରାଜ୍ୟ ସରକାର କରିଥିବା ଆଇନ ସମ୍ପର୍କରେ  ଜନସଚେତନତା ପାଇଁ ଶପଥ ପାଠ କରାଇଥିଲେ । ଏହି ଶପଥ ପାଠରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଉପାଧ୍ୟକ୍ଷ ବିକ୍ରମ ଜେନା,  ବିଡିଓ କ୍ଷୀରୋଦ କୁମାର ବେହେରା, ସିଡିପିଓ ପ୍ରେମବାଳା ତ୍ରିପାଠୀ , ସୁପରଭାଇଜର, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ ଧୃବ ଚରଣ ଦାଶ, ଆତ୍ମାର ସଭାପତି ରାମଚନ୍ଦ୍ର ମହାନ୍ତି, ବ୍ଳକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟ, ସୁନିଲ କୁମାର ପଣ୍ଡା, ଶଙ୍କର ପ୍ରଧାନଙ୍କ ସହିତ ସ୍ଥାନୀୟ ସରପଞ୍ଚ ମଳୟ ମଞ୍ଜରୀ ମୁଦୁଲି , ଅଙ୍ଗନୱାଡି ର୍କମୀ, ଆଶା କର୍ମୀଙ୍କ ସହିତ ବିଭିନ୍ନ ମହିଳା ଗୋଷ୍ଠୀର ମା ମାନେ ଉପସ୍ଥିତ ରହିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୭/୧/୨୦୨୧

Blog Archive

Popular Posts