ଗ୍ରାମରେ ଭିକ ମାଗି ଯୁବକ ଲୁଟିନେଲା ମଟର ସାଇକେଲ
ଡେଲାଙ୍ଗ ---- ବରକେରା ଗ୍ରାମରେ ଜଣେ ୨୫ରୁ ୩୦ବର୍ଷର ଯୁବକ ବେକରେ ପାଳ ଦଉଡି ପକାଇ ପାପ କାମ କରୁଛି ବୋଲି ଲୋକଙ୍କୁ ଠାରରେ କହି କିଛି ସାହାର୍ଯ୍ୟ ମାଗିଥିଲା । ପରେ ପରେ କିଛି ଖାଇବାକୁ ମାଗିବା ପରେ ଗ୍ରାମରେ ସଂଧ୍ୟା ପର୍ଯ୍ୟନ୍ତ ରହିଥିଲା ।ଏପରିକି ଗ୍ରାମାବାସୀ ମାନଙ୍କ ମନ ସେ କିଣି ନେବାରେ ସଫଳ ହୋଇଥିଲା । ଗ୍ରାମ ବାସୀଙ୍କର ସରଳତାର ସୁଯୋଗ ନେଇ ମଟର ସାଇକେଲ ଲୁଟି ନେବାରେ ସଫଳ ହୋଇଥିଲା । ଅନ୍ୟ ପକ୍ଷେ ଡେଲାଙ୍ଗ ପୋଲିସକୁ ପୁଣି ମଟର ସାଇକେଲ ଲୁଟିଆ ମାନଙ୍କର ଖୋଲା ଖୋଲି ଚାଲେଞ୍ଜ ବୋଲି ଡେଲାଙ୍ଗରେ ଆଲେଚନା ହେଉଛି । ଡେଲାଙ୍ଗ ପୋଲିସ ଚୋରା ମଟର ସାଇକେଲ ଜବତ କରି ପୁରୀ ଜିଲ୍ଲାରେ ରେକର୍ଡ କରିଥିବା ବେଳେ ଏବେ ପୁଣି ଘର ଦୁଆର ମୁହଁରୁ ମଟର ସାଇକେଲ ଲୁଟ ଡେଲାଙ୍ଗ ପୋଲିସ ପାଇଁ ଏକ ଚାଲେଞ୍ଜ ଦେଇଛନ୍ତି ଲୁଟେରା । ସୁଚନା ଯୋଗ୍ୟ ଯେ ଡେଲାଙ୍ଗ ଥାନା ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ବରକେରା ଗ୍ରାମର ଉଚ୍ଛବ ପରିଡାଙ୍କର ୟାମ କମ୍ପାନୀର ଓଡି- ୧୩, ଏନ- ୨୯୫୩ ମଟର ସାଇକେଲଟିକୁ ଘରର ଦାଣ୍ଡ ଦୁଆରରୁ ଭିକ ମାଗୁଥିବା ଯୁବକ ନେଇ ପଳାଇଥିଲା । ତାର ପିଛା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଶେଷରେ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୧/୨୦୨୧--୯,୩୫