Breaking News

ତିରିମଲ ଉ ପ୍ରା ବିଦ୍ୟାଳୟରେ ୭୨ତମ ଗଣତନ୍ତ୍ର ଦିବସ ଅନୁଷ୍ଠିତ

 ଜଟଣୀ-----   ଜଟଣୀ ବ୍ଲକ ଅନ୍ତର୍ଗତ ତିରିମଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୨ତମ ଗଣତନ୍ତ୍ର ଦିବସ ଓ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ମମତା ବେହେରା ମୁଖ୍ୟଅତିଥି ଓ ସ୍କୁଲ ପରିଚାଳନା କମିଟି ସଭାପତି ପ୍ରହ୍ଲାଦ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପତକା ଉତ୍ତୋଳନ କରିଥିଲେ । କୋବିଡ଼ ନିୟମ କୁ ଦୃଷ୍ଟିରେ ରଖି ପ୍ରଥମ ରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ତିନିଶହ ଚଉଦ ଜଣ ଛାତ୍ରଛାତ୍ରୀ ଙ୍କୁ ପୋଷାକ,ଜୋତା ଓ ମୋଜା ବଣ୍ଟନ କରାଯାଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ପ୍ରହ୍ଲାଦ ସାହୁ ନିଜ ତରଫରୁ ଦେଇଥିବା ମାସ୍କ ଓ ଆଇଡେଣ୍ଟି କାର୍ଡ଼ ମଧ୍ୟ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ପ୍ରଦ୍ୟୁମ୍ନ ବେହେରା ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସ୍କୁଲ ପରିଚାଳନା କମିଟିର ସଦସ୍ୟ,ସଦସ୍ୟାମାନେ ପରିଚାଳନା କରିଥିଲେ ।
ଜଟଣୀରୁ ଇଫତେଖାର ଅଲ୍ଲୀ , ୨୬/୧/୨୦୨୧---- ୫,୩୦

Blog Archive

Popular Posts