ପୁରୀ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟାଙ୍କର ଏକ ବଂଧୁ ମିଳନ
ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲା ପରିଷଦ ସଭ୍ୟସଭ୍ୟା ମାନଙ୍କର ନୂତନ ବର୍ଷରେ ଏକ ବଂଧୁ ମିଳନ ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟକିଆ ସ୍ଥିତ ଏକ ଫାର୍ମ ହାଉସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଦୁ ମିଳନରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପ୍ତିରାଣି ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକ ଆରମ୍ଭରୁ ଦିବଂଗତ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ପୁରୀ ଜିଲ୍ଲାରେ ଫନି ବାତ୍ୟାରେ କ୍ଷତି ହୋଇଥିବା ପରିବାର ଏବେ ବି ମଧ୍ୟ ରାଜ୍ୟ ସରକାର ଯୋଗାଇ ଦେଇଥବା କ୍ଷତି ପୂରଣରୁ ବାଦ ପଡିଥିବା ଅଭିଯୋଗ ହୋଇଆସୁଥିଲା । ଏହାକୁ ନେଇ ୬ନଂ ଜିଲ୍ଲା ପରିଷଦ ଷ୍ଟାଣ୍ଡି କମିଟି ପୁରୀ ଜିଲ୍ଲାର ବିଭିନ୍ନ ବ୍ଳକ ଗସ୍ତ କରି ଅଭିଯୋଗ ଗୁଡିକ ସଠିକ ଥିବା ଅନୁଭବ କରିଥିଲେ । ଏପରିକି କେତେକ ଗ୍ରାମ ପଞ୍ଚାୟତରେ ଗରିବ ଅସହାୟ ପରିବାର ରାଜ୍ୟ ସରକାରଙ୍କ ଯୋଜନାରୁ ବାଦ ପଡିଥିବା ସମ୍ପର୍କରେ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୃବ ଚରଣ ଦାଶ, ଦେବାଶିଷ ନନ୍ଦ, ରାଧାମଣି ପ୍ରଧାନ, କୈଳାସ ଚନ୍ଦ୍ର ପରିଡା ପ୍ରମୁଖ ବୈଠକରେ ଆଲେଚନା କରିଥିଲେ । ସେହିପରି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲେଚନା କରାଯିବା ସହିତ ଏ ସମ୍ପକରେ ବହୁ ଶିଘ୍ର ପୁରୀ ଜିଲ୍ଲାପାଳଙ୍କ ସହିତ ଆଲେଚନା କରିବା ପାଇଁ ଆଜିର ବୈଠକରେ ସ୍ଥିର କରାଯାଇଥିଲା । ଏହି ବୈଠକରେ ସତ୍ୟବାଦୀ ବ୍ଳକର ଅଧ୍ୟକ୍ଷାଙ୍କ ପ୍ରତିନିଧି ଶଙ୍କର ପରିଡା ଯୋଗଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୧/୨୦୨୧---୯,୨୫