ସାକ୍ଷୀଗୋପାଳରେ ତାଇକୋଣ୍ଡ ବେଲ୍ଟ ପ୍ରମୋଶନ ପରିକ୍ଷା
ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲା ତାଇକୋଣ୍ଡ ଆସୋସିଏସନ ପକ୍ଷରୁ ପାନ୍ଥ ନିବାସ ପରିସରରେ ଦ୍ୱତୀୟ ବାର୍ଷିକ ତାଇକୋଣ୍ଡ ବେଲ୍ଟ ପ୍ରମୋସନ ପରିକ୍ଷା ଅନୁଷ୍ଠିତ ହୋଇଯାଇଛି । ପ୍ରଶିକ୍ଷକ ଦୀପକକୁମାର ପ୍ରଧାନଙ୍କ ଦ୍ୱାରା ଏହି ପରିକ୍ଷା ଅନୁଷ୍ଠିତ ହୋଇଥିଲା । ହାନ୍ ତାଇକୁଣ୍ଡ ଏକାଡେମୀ ଦ୍ୱାରା ପରିକ୍ଷା ପରିଚାଳନା କରାଯାଇଥିଲା । ଏହି ପରିକ୍ଷାରେ ନିରିକ୍ଷକ ଭାବେ ଆନ୍ତଜାତୀୟ ତାଇକୋଣ୍ଡର ରେଫରୀ ତଥା ଓଡିଶା ତାଇକୋଣ୍ଡ ଆସୋସିଏସନର ଦୁଇ ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଉପସ୍ଥିତ ରହିଥିଲେ । ଏଥିରେ ୧୬ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଧଳା ବେଲ୍ଟରୁ ୫ଜଣ ଛାତ୍ର ଛାତ୍ରୀ ମାନେ ପ୍ରମୋଶନ ପାଇ ହଳଦିଆ ବେଲ୍ଟ ପାଇଛନ୍ତି ସେମାନେ ହେଲେ ଦେବଦତ୍ତ ମଙ୍ଗରାଜ, ଶୁଭମ ଲେଙ୍କା, ପ୍ରିନିସ ମହାରଣା, ଇସାଲି ପଟ୍ଟନାୟକ, ଇଷାନ ପଟ୍ଟନାୟକ । ସେହିପରି ଗ୍ରୀନ ବେଲ୍ଟରୁ ଗ୍ରୀନ ବେଲ୍ଟ ୧କୁ ୧୧ ଜଣ ପ୍ରମୋଶନ ପାଇଥିବା ପ୍ରଶିକ୍ଷକ ଶ୍ରୀ ପ୍ରଧାନଙ୍କ ଠାରୁ ସୁଚନା ମିଳିଛି । ସେମାନେ ହେଲେ ସୁପିୟା ସାହୁ,ଆୟୁସମାନ ମିଶ୍ର, ଆଦ୍ୟଶକ୍ତି ମିଶ୍ର, ତମନା ମିଶ୍ର, ଆୟୁସ ଗୁଡୁ, ସ୍ନେହା ଶ୍ରୀ ମହାନ୍ତି, ଓମପ୍ରକାଶ ପ୍ରଧାନ, ସ୍ମୃତିରେଖା ନାୟକ, ରୁଦ୍ରଦିତ୍ୟା ନାୟକ । ସତ୍ୟନାରାୟଣ ମିଶ୍ର, ଉମାକାନ୍ତ ମିଶ୍ର, ସୁଭଦ୍ର ନାୟକ ଓ ଇତିଶ୍ରୀ ମହାନ୍ତି ପରିକ୍ଷା ପରିଚାଳନାରେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୧/୨୦୨୧, ୮,୨୦