କେତକୀପାଟଣା ନୋଡାଲଉଚ୍ଚ ବିଦ୍ୟାଳୟରେ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି
ସାକ୍ଷୀଗୋପାଳ - ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶନିବାର ଦୁଇ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କର ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଯୋଦ୍ଧା ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ କୋଭିଡ-୧୯ ଆଇନ ଅନୁଯାୟୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ମାନେ ବିନା ଛାତ୍ର ଛାତ୍ରୀଙ୍କ ଉପସ୍ଥିତିରେ ଦୁଇ ସଂଗ୍ରାମୀ ନେତାଙ୍କ ଜୟନ୍ତୀ ପାଳନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମିଶ୍ର ଦୁଇ ବୀରପୁତ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଧୂପ, ଦୀପ ପ୍ରଦାନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ଶିକ୍ଷକ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଉମାକାନ୍ତ ନାୟକ, କମଳ ଲୋଚନ ନାୟକ, ବିଶ୍ୱଜିତିପ୍ରଧାନ, ଶଶିଭୂଷଣ ବେହେରା, ଶିକ୍ଷୟତ୍ରୀ ବୀଣାପାଣି ସାହୁ, ଭାନୁମତୀ ମହାପାତ୍ର , ରୁନ ବେହେରା, ନିର୍ମଳଦାସଙ୍କ ସହିତ ଅନ୍ୟ ମାନେ ଉପସ୍ଥିତ ରହି ଏହି ବୀରପୁତ୍ରଙ୍କ ସ୍ମୃତିଚାରଣ କରିଥିଲେ । ସେହିପରି ସୁଆଁଲେ ଗ୍ରାମରେ ଥିବା ନେତାଜୀ କ୍ଳବ ପକ୍ଷରୁ ୧୨୫ତମ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ରବିନାରାୟଣ ସ୍ୱାଇଁଙ୍କ ତତ୍ୱବଧାନରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୁତା ଓ ସଂଗୀତ ପ୍ରତିଯୋଗିତା କରାଯାଇଥିଲା । ବକ୍ତାରେ ସୁକନ୍ୟା ସ୍ୱାଇଁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଲିପି ବେହେରା୨ୟ, ଚନ୍ଦ୍ରକାନ୍ତ ବେହେରା ୩ୟ ସ୍ଥାନ ଅଧିକାର କରିଥିଲେ ।ସେହିପରି ସଂଗୀତରେ ସନ୍ଧ୍ୟାରାଣୀ ଜେନା, କୃର୍ଷ୍ଣାପିୟାଦର୍ଶନୀ ସ୍ୱାଇଁ ଓ ଲକ୍ଷ୍ମୀପିୟା ବିଶ୍ୱାଳ ୩ୟ ସ୍ଥାନ ଅଧିକାର କରିଥିଲେ । ଅନୁଷ୍ଠିତ ପୁରଷ୍କାର ବିତରଣି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସରପଞ୍ଚ ଜୟଦେବ ମିଶ୍ର, ସମ୍ମାନୀତ ଅତିଥି ଭାବେ ଅନୁଷ୍ଠାନର ପୂର୍ବତନ ସଭାପତି ନାରାୟଣ ବରାଳ , ଶିକ୍ଷାବିତ ପ୍ରମୋଦ କୁମାର ସ୍ୱାଇଁ, ଅନୁଷ୍ଠାନର ସଦସ୍ୟ ବାସୁଦେବ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କୃତୀ ଛାତ୍ର ଛତ୍ରୀ ମାନଙ୍କୁ ପୁରଷ୍କାର ବଣ୍ଟନ କରିବା ସହ ନେତାଜୀ ସୁବାଷ ବୋଷଙ୍କ ଜୀବନିକୁ ଅନୁସରଣ କରିବା ପାଇଁ ଅତିଥି ମାନେ ମତ ପ୍ରକାଶ କରିଥିଲେ । ବିବେକା ନନ୍ଦ ସ୍ୱାଇଁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସେହିପରି ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷା ଅନୁଷ୍ଠାନ ଓ କ୍ଳବ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୧୩/୨୦୨୧---୯,୨୫