ଭାଗବତ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ
ସାକ୍ଷୀଗୋପାଳ ------ ସତ୍ୟବାଦୀ ବ୍ଳକର ବଳପୁର ଗ୍ରାମ ପଞ୍ଚୟତର ପଥୁରିଆ, ଦିଉଡିସାହି ଓ ଜେନା ସାହିର ମିଳିତ ସହଯୋଗରେ ଭାଗବତ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମ ଗୁଡିକରେ ଆମିଷ ନିଷେଧ କରାଯିବ ସହ ସମସ୍ତ ଘର ଅଗାରେ ପୂର୍ଣ୍ଣକୁମ୍ଭ ଘଟ ସ୍ଥାପନ କରାଯାଇଥିଲା । ବାବା ପୂଣର୍ଣଚନ୍ଦ୍ର ଦାସଙ୍କ ନେତ୍ୱତୃରେ ଶହେ ଆଠ ଜଣ ପାଖ ଭାର୍ଗବୀ ନଦୀରୁ ଘଟ ବୁଡାଇ ଏକ ଶୋଭାଯାତ୍ରାରେ ଯଜ୍ଞ ମଣ୍ଡପକୁ ଆସିଥିଲା । ଆଠ ପ୍ରହରରେ ଆଠ ପ୍ରକାରର ଭୋଗ ଲାଗି କରାଯାଇଥିଲା । ଡିହସାହି, ପଣ୍ଡା ସାହି, ବେହେରା ସାହି, ପାରେକେଣା, ବଁପାଳ,ସାରଙ୍ଗଯୋଡି ଗ୍ରାମରୁ ହରିନାମ ସଂକୀର୍ତ୍ତନ ଦଳ ଏଥିରେ ସାମିଲ ହୋଇ ପ୍ରଭୁଙ୍କ ନାମଜପ କରିଥିଲେ । ୩୦ ବର୍ଷ ହେବ ଗ୍ରାମର କୋଠଘର ନିକଟରେ ଏହି ନାମଯଜ୍ଞ ଅନୁଷ୍ଠିତ ହୋଉଛି । କର୍ତ୍ତା ଭାବେ ଭ୍ରମର ପ୍ରଧାନ ରହିଥିବା ବେଳେ କମିଟର ସଭାପତି ଦେବେନ୍ଦ୍ର ନାଥ ସ୍ୱାଇଁ,ଛବି ପ୍ରଧାନ, ବେଣୁଧର ପ୍ରଧାନ, ରବି ସ୍ୱାଇଁ, ବାନୁ ମହାରଣା, ଶିକର ବେହେରା, ରାଜେନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩୦/୧/୨୦୨୧---୭,୧୫