Breaking News

ସାଧାରଣ ଦିବସ ଅବସରରେ ଜନକଲ୍ୟାଣ ସଙ୍ଘ ତରଫରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ



ଜଟଣୀ ---- ଜଟଣୀ ଜନକଲ୍ୟାଣ ସଂଘ ତରଫରୁ ସଂଘର ପରାମର୍ଶ ଦାତା ଯୋଗେଶ ନାୟକଙ୍କ ପୌରହିତ୍ୟରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଦେଶରେ ଚର୍ତୁଥ ସ୍ତମ୍ଭ ରୂପେ ପରିଚିତ ସାମ୍ବାଦିକ ଏବଂ ତାଙ୍କର ନିସ୍ଵାର୍ଥ ପର ମନବୃତ୍ତି ନେଇ ନିଚ୍ଛକ ରୂପେ ସମ୍ବାଦ ପରିବେଷଣ କରିବା ନେଇ ଶ୍ରୀ ଯୋଗେଶ ଚନ୍ଦ୍ର ନାୟକ ସର୍ବସାଧାରଣ ଏବଂ ସାକ୍ଷୀଗୋପାଳ ନିୟୁଜ  ର ସାମ୍ବାଦିକ ରଙ୍ଗନାଥ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ  ପରାମର୍ଶଦାତା ଶିବପ୍ରସାଦରଥ ଜିଲ୍ଲାଖବର ସାମ୍ବାଦିକ ସଞ୍ଜିବ କୁମାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା  । ନୀଲୁପଟନାୟକ କିନ୍ନର ସଂଘ ସଭାପତି ଶ୍ରଧା କିନରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସଂଘର  ସଭାପତି ଏମ୍ଡିକରିମ୍ ସଭାପତିତ୍ୱ କରିଥିଲେ ,ସଂଘର ପ୍ରତିଷ୍ଟାତା ତଥା ସମ୍ପାଦକ କାର୍ଯ୍ୟକ୍ରମକୁ ସୁଚାରୁରୁପେ ପରିଚାଳନା କରିଥିଲେ। ଉକ୍ତକାର୍ଯ୍ୟରେ ସଂଯୋଜକ ଏମ୍ଡିସାଜନ,ସାହାସାଦିକ୍ ଅଲ୍ଲି,ବାବୁଲା,ପ୍ରକାଶ ନାୟକ,ଲଗ୍ନଜିତ୍ ଛୋଟରାୟ ଓଅନ୍ୟସଭ୍ୟମାନେ ସହୋଯୋଗ କରିଥିଲେ । ସଂଘର ପ୍ରକୃତ ଲକ୍ଷ୍ୟ  ଜଟଣୀର ନିରୀହ, ଅସହାୟ ପ୍ରତ୍ୟକ ଲୋକଙ୍କ ପାଖରେ ପହଂଚି ନିସ୍ଵାର୍ଥରୂପେ ସେବା କରିବା । 
ଜଟଣୀ -ରଙ୍ଗନାଥ ବେହେରାଙ୍କ ରିପୋର୍ଟ ୨୮/୧/୨୦୨୧----୧୨,୫୦

Blog Archive

Popular Posts