ମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ; ପ୍ରିନିସ ୱାରିୟସ ଦଳ ବିଜୟୀ
ଡେଲାଙ୍ଗ ------ ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଗଡମୋଟରୀ ଗ୍ରାମ ପଞ୍ଚାୟତର ନୂଆସାହି ଠାରେ ମା ମଙ୍ଗଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ଗ୍ରାମରୁ ୮ ଟି ଦଳ ଭାଗ ନେଇଥିଲେ । ପ୍ରିନିସ ୱାରିୟସ ଦଳ ସହିତ ସାନ ଅଙ୍କୁଲାର ମହାବୀର କ୍ରିକେଟ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟଚ ଜିତି ପ୍ରିନସ ସ୍ୱାରିୟସ ଦଳ ବ୍ୟାଟି କରି ୧୫ ଓଭରରେ ୬ ଉଇକେଟ ହରାଇ ୧୫୧ ରନ କରିଥିଲେ । ଜବାବରେ ସାନ ଆଙଙ୍କୁଲାର ମହାବୀର କ୍ରିକେଟ କ୍ଳବ ୧୫ ଓଭରରେ ସମସ୍ତ ଉଇକେଟ ହରାଇ ୬୩ ରନ କରିଥିଲେ । ପ୍ରିନସ ୱାରିୟସ ଦଳର ବଟକୃଷ୍ଣ ପ୍ରଧାନ ୧୭ଟି ବଲରେ ୪୦ ରନ ମ୍ୟାନ ଅଫ ଦି ମ୍ୟାଚ ଭାବେ ଘୋଷଣା କରାଯାଇଥିଲା । ପୁରଷ୍ମାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମା ମଙ୍ଗଲା କ୍ରିକେଟ କ୍ଳବର ସଭାପତି ଅଶୋକ କୁମାର ବେହେରା ଓ ଉପସଭାପତି ଯୁଧିଷ୍ଠିର ବେହେରା ପ୍ରମୁଖ ଉପସ୍ଥିତ ରହି ପୁରଷ୍କାର ପ୍ରଦାନ କରିଥିଲେ । ମା ମଙ୍ଗଲା କ୍ରିକେଟ କ୍ଳବର ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ ।