Breaking News

ମା କ୍ଷେତ୍ରପାଳି କ୍ରିକେଟ ସାହାରା କପ ଟୁର୍ଣ୍ଣାମେଣ୍ଟ-; ଏ ବର୍ଷର ଚମ୍ପିୟାନ ପକ୍ଷୀମୁଣ୍ଡୁ ଦଳ


 ଡେଲାଙ୍ଗ --------ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଅଭୟମୁଖି ପଞ୍ଚାୟତ ଇନ୍ଦିପୁର ଠାରେ ମା କ୍ଷେତ୍ରପାଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ସାହାର କପ ର ଫାଇନାଲ ମ୍ୟାଚ ଆଚାର୍ଯ୍ୟ ହରିହର ସ୍ମୁତି ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଭାଗ ନେଇଥିବା ବେଳେ ଶୁକ୍ରବାର ଦିନ ଫାଇନାଲ ମ୍ୟାଚଟି ପକ୍ଷୀମୁଣ୍ଡୁ କ୍ରିକେଟ ଦଳ ସହିତ ଦିଲା ଷ୍ପୋଟିଙ୍ଗ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟଚ ଜିତି ପ୍ରଥମେ ପକ୍ଷୀମୁଣ୍ଡୁ ଦଳ ବ୍ୟାଟିଙ୍ଗି ନିଷ୍ପତି ନେଇ ୧୦ ଓଭରରେ ୭ଉଇକେଟ ହରାଇ ୧୦୨ ରନ ସଂଗ୍ରହ କରିଥିଲା । ତାର ଜବାବରେ ଦିଲା ଷ୍ପୋଟିଙ୍ଗ ଦଳ ୧୦ ଓଭରରେ ୬ ଉଇକେଟ ହରାଇ ୯୭ ରନ ରନ ସଂଗ୍ରହ କରିଥିଲେ । ଫାଇନାଲ ମ୍ୟାଚକୁ ପକ୍ଷୀମୁଣ୍ଡୁ ଦଳ ୪ ଉଇକେଟ ବିଜୟୀ ହୋଇ ଏବର୍ଷର ଚମ୍ପିୟାନ ହୋଇଛି । ଦିଲା ଷ୍ପୋଟିଙ୍ଗ ଦଳର ପ୍ରଶାନ୍ତ ବେହେରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା । ପକ୍ଷୀମୁଣ୍ଡୁ ଦଳର ସୁକାନ୍ତ ଜେନାଙ୍କୁ ମ୍ୟାନ ଅଫ ଦି ସିରିଜ ଘୋଷଣା କରାଯାଇଛି । ଅନୁଷ୍ଠିତ ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ପ୍ରସନ୍ନ କୁମାର ପରିଡା,ସମ୍ମାନିତ ଅତିଥିଭାବେ ଯୁବ ସମାଜସେବୀ ରାଧାମୋହନ, ଅତିଥିଭାବେ ସାହାରା ପରିବାର ମଙ୍ଗୁଳି ଚରଣ ପରିଡା ଓ ଅମର ଛାଟୋଇ ଯୋଗଦେଇ ଚମ୍ପିୟାନ ଦଳକୁ ଟ୍ରଫି ଓ ରର୍ନସପ ଦଳକୁ ରନସପ କପ ପ୍ରଦାନ କରିଥିଲେ । ସୈାମ୍ୟ ରଞ୍ଜନ ଜେନା ଓ ଗଣେଶ୍ୱର ରାଉତ ଏହି ଫାଇନାଲ ମ୍ୟାଚକୁ ପରିଚାଳନା କରିଥିଲେ । 

   ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୨/୧/୨୦୨୧---୯,୫୦

Blog Archive

Popular Posts