Breaking News

ରେମଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୭୨ତମ ସାଧାରଣ ତନ୍ତ୍ର ଦିବସ ପାଳିତ



  ବରଗଡ----- ବରଗଡ ଜିଲ୍ଲା ଭେଡେନ ରେମଣ୍ଡା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବିଦ୍ୟାଳୟ ଠାରେ ୭୨ ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।ବିଦ୍ୟାଳୟ ର ଗୁରୁଜୀ ପଦ୍ମଲୋଚନ ପଟେଲ ସଂଯୋଜନା କ୍ରମେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ଯ ସୁରେନ୍ଦ୍ର ବିଶି ଅତିଥି ପରିଚୟ ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ର ପରିଚାଳନା ସମିତିର ସଭାପତି ଯୋଗେଶ ଚନ୍ଦ୍ର ସାହୁ ଯୋଗଦେଇ ଜାତୀୟ ପତକା ଉତ୍ତୋଳନ କରିଥିବା ବେଳେ ବକ୍ତା ଭାବେ ବିଦ୍ୟାଳୟ ର ଗୁରୁମା ରଂଜଲୀ ସାହୁ ଗଣତନ୍ତ୍ର ଦିବସ ର ତାତ୍ପର୍ଯ୍ୟ ବିଷୟ ରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଏଥିରେ ବିଦ୍ୟାଳୟ ର ପରିଚାଳନା ସମିତିର ସଦସ୍ୟ/ ସଦସ୍ୟା ଓ ଗୁରୁଜୀ, ଗୁରୁମା ଉପସ୍ଥିତ ରହି ସହଯୋଗ କରିଥିଲେ।ଶେଷରେ ଗୁରୁଜୀ କିଶୋର ଚନ୍ଦ୍ର ପାଇକ ଧନ୍ୟବାଦ ଅର୍ପଣ କରିଥିଲେ।
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍,୨୬/୧/୨୦୨୧----୫,୧୫

Blog Archive

Popular Posts