Breaking News

"ବରୀରେ ସଡ଼କ ସୁରକ୍ଷା ସପ୍ତାହ ପାଳନ"


ବରୀ- ବୁଧବାର ୩୨ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଉପଲକ୍ଷେ  ସମାଜସେବୀ ସତ୍ୟରଞ୍ଜନ କରଙ୍କ ନେତୃତ୍ୱରେ ବରୀ କୁଆଖିଆ ରାସ୍ତାର ବାଲିଆପାଳଛକ ପୋଲ ଠାରେ  ଦିନ ୯ଘଟିକା ସମୟରେ ଏକସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି । ସଚେତନତା ରଥକୁ ବରୀ ବ୍ଲକ ବିଡ଼ିଓ ଶିବାନନ୍ଦ ସ୍ୱାଇଁ ଉଦଘାଟନ କରିଥିଲେ । ଏହି ସଚେତନତା ରଥ ବରୀ ବ୍ଲକର ବିଭିନ୍ନ ପଞ୍ଚାୟତ ପରିଭ୍ରମଣ କରିବା ସହିତ ହେଲେମେଣ୍ଟ ଓ ସିଟି ବେଲ୍ଟ ପିନ୍ଧିନଥିବା ଗାଡି ଚାଳକ ମାନଙ୍କୁ  ଚନ୍ଦନ, ସୁନ୍ଦର ଓ ରାକ୍ଷୀ ବାନ୍ଧି ସେମାନଙ୍କ ମଙ୍ଗଳ କରିବା ସହିତ ବିଭିନ୍ନ ସଚେତନତା ବାର୍ତା ବାଣ୍ଟିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବରୀ ଥାନା ଅଧିକାରୀ ଅଜୟ କୁମାର ଜେନା ଉପସ୍ଥିତ ରହିବା ସହିତ ବରୀ ଥାନାର ବହୁ କର୍ମଚାରୀ  ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭବାନୀ ଶଙ୍କର ମହାନ୍ତି, ବିବେକାନନ୍ଦ ନାଥ, ଚିନ୍ମୟୀ  ମହାନ୍ତି, ନିର୍ମଳା ଦାସ, ସୋମନାଥ ପରିଡା,ଅମିତାଭ ଜେନା ପ୍ରମୁଖ ସଚେତନତା କାଯ୍ୟକ୍ରମ ରେ ସହଯୋଗ କରିଥିଲେ ଓ ଶେଷରେ ସନ୍ଥନ ମହାବିଦ୍ୟାଳୟର ଛାତ୍ର ଓ ଛାତ୍ରୀ  କର୍ମଶାଳା  ମହାବିଦ୍ୟାଳୟର ଅଧ୍ୟକ୍ଷ  ବିଜୟ କୁମାର ଦାଶଙ୍କ ସଭାପତିତ୍ୱରେ ଆଞ୍ଚଳିକ ପରିବହନ ଅଫିସର ସଚେନ୍ଦ୍ର ପଣ୍ଡା,  ମଟର ଭାଇକିଲ ଅଫିସର ଦୀପକ କୁମାର ସେଠି, ବରୀ ଅତିରିକ୍ତ ବିଡ଼ିଓ ମହେଶ୍ୱର ସେଠି ଓ ଜିଲ୍ଲା ସଡ଼କ ସୁରକ୍ଷା ସମିତି ସଭ୍ୟ ତଥା ବରିଷ୍ଠ ସାମ୍ବାଦିକ ପଦ୍ମନାଭ ଯେନା ପ୍ରମୁଖ ସଡ଼କ ସୁରକ୍ଷା ଉପରେ ଆଲୋଚନା କରିବା ସହିତ ନିଶାଶକ୍ତ ହୋଇ ଗାଡି ନଚଲାଇବା ଓ ହେଲେମେଣ୍ଟ  ପିନ୍ଧି ଗାଡି ଚଲାଇବାକୁ ସମାଜସେବୀ ସତ୍ୟରଞ୍ଜନ କର ସମସ୍ତଙ୍କୁ ଅନୁରୋଧ କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

ବରୀରୁ ଦର୍ଶନ ବେହେରା , ୨୩/୧/୨୦୨୧----୬,୫୦

Blog Archive

Popular Posts