ରେମଣ୍ଡା ରେ ୧୪ତମ ତ୍ରି ଦୀବସୀୟ ଟେନିସ ବଲ କ୍ରିକେଟ ପ୍ରତିଯୋଗିତା ଉଦଯାପିତ
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:- ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ରେମଣ୍ଡା ବୀର ବଜରଙ୍ଗ କ୍ଳବ ର ଆୟୋଜନ କ୍ରମେ ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆ ଠାରେ ୧୪ତମ ତ୍ରି ଦୀବସୀୟ ଟେନିସ ବଲ କ୍ରିକେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ସରପଞ୍ଚ ପ୍ରତିନିଧି ତଥା କ୍ରିକେଟ ପ୍ରେମୀ ସଂଜୟ କୁମାର ନନ୍ଦ ଓ ସମ୍ମାନିତ ଅତିଥି ଭାବେ ପୂର୍ବତନ ଖେଳାଳୀ ଗୋପାଳ ସେଟ ଓ ବିପିନ ଭୋଇ ଯୋଗଦେଇ ଥିଲେ । ପ୍ରତି ଯୋଗିତାରେ ସର୍ବମୋଟ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ।ଫାଇନାଳ ଖେଳଟି ବକଟି ଏକାଦଶ ଓ ଲୁପୁରସିଂହା ଏକାଦଶ ମଧ୍ୟରେ ହୋଇଥିଲା । ବକଟି ଏକାଦସ ଦଳ ବିଜୟୀ ହୋଇ ଟ୍ରଫି ହାସଲ କରିଥିଲେ।ବିଜୟୀ ଦଳକୁ ଓ ଖେଳାଳୀ ମାନଙ୍କୁ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରି ସମ୍ବର୍ଦ୍ଧିତ କରାଯାଇ ଥିଲା।ଅମ୍ପେୟାର ଭାବେ ବିନାୟକ, ମୀନ କେତନ ଓ ସ୍କୋରର ଭାବେ ରାହୁଳ ମହାଣା ସହଯୋଗୀ ରହି ଥିଲେ।କ୍ଲବର ତୀର୍ଥ ପାଇକ,ଭରତ ମହାନନ୍ଦ ଙ୍କ ସହ ଅନ୍ୟାନ୍ୟ ସଦସ୍ୟ ମାନଙ୍କର ସକ୍ରିୟ ସହଯୋଗ ରହିଥିଲା।
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍ ୩୦/୧/୨୦୨୧-----୬,୨୫