ଡେଲାଙ୍ଗରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ
ଡେଲାଙ୍ଗ ----- ରାଜ୍ୟରେ କୋଭିଡ-୧୯ ଅନୁଯାୟୀ ୭୨ତମ ସାଧାରଣତନ୍ତ୍ର ଦିବସରେ ଭାଗ ନେବା ପାଇଁ ବାରଣ କରାଯାଇଛି । ଯାହା ଫଳରେକି ଶିକ୍ଷା ଅନୁଷ୍ଠାନରେ ବିନା ଚାତ୍ର ଛାତ୍ରୀରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଡେଲାଙ୍ଗ ବ୍ଳକ ପରିସରରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରସନ୍ନ ସାହୁ ପତକା ଉତ୍ତୋଳନ କରିଥିବା ବେଳେ ଉପାଧ୍ୟକ୍ଷା ସ୍ୱପ୍ନା ବଳବନ୍ତରାୟ, ବିଡିଓ କ୍ଷୀରୋଦର ପ୍ରଧାନ, ଏବିଡିଓ ପ୍ରଦୀପ୍ତ ନାୟକ, ମିଶନ ଶକ୍ତି ମହିଳା ମହାସଂଘର ସଂପାଦିକା ବାସନ୍ତୀ ସାହୁ, ସିଡିପିଓ, ବିଭିନ୍ନ ଜନ ପ୍ରତିନିଧି ଓ ବ୍ଳକ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତରେ ସ୍ଥାନୀୟ ସରପଞ୍ଚ ଓ ମୁନିଦା ଗ୍ରାମ ପଞ୍ଚାୟତର ସମିତିସଭ୍ୟ ଦୁର୍ଗା ଚରଣ ରାଉତରାୟ , ନିର୍ମଳ ପରିଡା ପ୍ରମୁଖ ଉପସ୍ଥିତ ରହି ସାଧାରଣତନ୍ତ୍ର ଉପରେ ଉଦ୍ବୋଧନ ଦେଇଥିଲେ । ଡେଲାଙ୍ଗ ବିଜେଡି ଦଳ ତରଫରୁ ଡେଲାଙ୍ଗ ହାଟ ବଜାର ଠାରେ ଲୋକନାଥ ବେହେରା, ପ୍ରସନ୍ନ କୁମାର ସାହୁ, ନବଘନ ପ୍ରଧାନ, କୁନା ମହାନ୍ତି ପ୍ରମୁଖ ଉପସ୍ଥିତିରେ ପତାକା ଉତ୍ତୋଳନ କରାଯାଇଥିଲା । ଡେଲାଙ୍ଗ ହାଟ ବଜାର ବ୍ୟବସାୟୀ ସଂଘ , ବିଜେପି, କଂଗ୍ରେସ ଦଳ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଡେଲାଙ୍ଗ ଥାନାରେ ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ , ରେଲୱ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବିଦ୍ୟ ନିକେତନ, ଡେଲାଙ୍ଗ ତହସିଲ ଓ ସବ୍ରେଜିଷ୍ଟର କାର୍ଯ୍ୟାଳୟରେ ଜାତୀୟ ପତକା ଉତ୍ତୋଳନ କରାଯାଇଥିଲା । ମୁନିଦା ଗ୍ରାମ ପଞ୍ଚାୟତର ସରପଞ୍ଚ ସନ୍ଦ୍ୟାରାଣୀ ପରିଡା ଓ ପୂର୍ବତନ ସରପଞ୍ଚ ନରେନ୍ଦ୍ର ପରିଡା ବିଦ୍ୟାଳୟ ଓ ପଞ୍ଚାୟତ କାର୍ଯ୍ୟାଳୟରେ ପତକା ଉତ୍ତୋଳନ କରିଥିଲେ । ସମସ୍ତ ପଞ୍ଚାୟତରେ ପଞ୍ଚାୟତ ଅଧିକାରୀ , ସରପଞ୍ଚ ଓ ସମିତିସଭ୍ୟସଭ୍ୟା ଓ ୱାର୍ଡସଭ୍ୟସଭ୍ୟା ମାନେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ କରିଥିଲେ । ବେରବୋଇ ଗାନ୍ଦୀ ସ୍ମୁତି ପୀଠରେ ଗାନ୍ଦୀ ସେବାସଂଘ ସ୍ମାରକି ସମିତି , ଆମ ଡେଲାଙ୍ଗ ଓ କସ୍ତୁରବା କେନ୍ଦ୍ର ପକ୍ଷରୁ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଥିଲା । ସେହିପରି ଡେଲାଙ୍ଗ ବ୍ଳକରେ ଥିବା ସମସ୍ତ ଶିକ୍ଷା ଅନୁଷ୍ଠାନ, କ୍ଳବ, ବ୍ୟବସାୟୀ ସଂଘର ଓ ବିଭିନ୍ନ ବଜାର ଅଞ୍ଚଳର କର୍ମକର୍ତ୍ତା ମାନେ ଜାତୀୟ ପତକା ଉତ୍ତୋଳନ କରିଥିଲେ । ସେହିପରି ବିଭିନ୍ନ ସରକାରୀ ବେସରକାରୀ ଶିକ୍ଷା ଅନୁଷ୍ଠାନ, ମହାବିଦ୍ୟାଳୟ, କ୍ଳବ, ସ୍ୱେଚ୍ଚସେବୀ ଅନୁଷ୍ଠାନ, ବ୍ୟବସାୟୀ ପ୍ରତିଷ୍ଠାନ ଓ ତେଇଶିପୁର ଠାରେ ଉତ୍କଳମଣି ଗୋପବନ୍ଧୁ ସାମ୍ବାଦିକ ସଂଘ ପକ୍ଷରୁ ତେଇଶିପୁର ସମିତିସଭ୍ୟ ଧରଣୀ ଧର ସାହୁ ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ପତକା ଉତ୍ତୋଳନ କରିଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି, ୨୭/୧/୨୦୨୧--- ୯,୧୦