Breaking News

ସତ୍ୟବାଦୀ ବିଧାୟକଙ୍କର ମାରାଥନ ବିଭିନ୍ନ ପ୍ରକଳ୍ପର ଉଦଘାଟନ


 ସାକ୍ଷୀଗୋପାଳ ------- ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ସାଧାରଣତନ୍ତ୍ର ଦିବସରେ ମାରାଥନ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ବ୍ଳକ ବିଜେଡି ସଭାପତି ପ୍ରମୋଦ କୁମାର ରାଉତରାୟଙ୍କ ଠାରୁ ସୁଚନା ମିଳିଛି । ସକାଳ ୯ ଘଟିକାରୁ ବିଧାୟକ ଶ୍ରୀ ସମାନ୍ତରାୟଙ୍କ ସହିତ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଉପାଧ୍ୟକ୍ଷ ବିକ୍ରମ ଜେନା, ବିଡିଓ କ୍ଷୀରୋଦ କୁମାର ବେହେରା, ସହକାରୀ ଯନ୍ତ୍ରୀ ଓ ବିଭାଗ ଯନ୍ତ୍ରୀ ଓ ଆତ୍ମାର ସଭାପତି ରାମଚନ୍ଦ୍ର ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ , ଧୃବ ଚରଣ ଦାଶ, ସାମାଜିକ କର୍ମୀ ସୁନିଲ କୁମାର ପଣ୍ଡା, ଶଙ୍କର ପ୍ରଧାନ ଓ ବିଭିନ୍ନ ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହିବେ । ସେହିପରି ବିଧାୟକଙ୍କୁ ସ୍ୱାଗତ କରିବା ପାଇଁ ଏକ ମଟର ସାଇକେଲ ଯାତ୍ରାର ଆୟୋଜନ କରାଯାଇଥିବା ଜଣାପଡିଛି । ପ୍ରଥମ କରି ବିଧାୟକ ଶ୍ରୀ ସମାନ୍ତରାୟ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ବଣିଆସାହିରେ ନିର୍ମତ ଅଙ୍ଗନୱାଡି କେନ୍ଦ୍ର ଉଦଘାଟନ କରିବା ପରେ ନୂଆସମେଶ୍ୱରପୁର ଗ୍ରାମ ପଞ୍ଚାୟତରେ ରାଜୀବଗାନ୍ଧୀ ସେବା କେନ୍ଦ୍ର, ମଧୁବନ ପଞ୍ଚାୟତର ଡାହଣକୁମ୍ଭାରପଡା ଗ୍ରାମରେ ନିର୍ମିତ ଅଙ୍ଗନୱାଡି କେନ୍ଦ୍ର, ସାଣ୍ଢରା ଗ୍ରାମ ପଞ୍ଚାୟତର ଜୟରାମପୁର ଓ ହିରଣପଡା ଗ୍ରାମର ଅଙ୍ଗନୱାଡିକେନ୍ଦ୍ର, ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବେଣାକେରା ଅଙ୍ଗନୱାଡି କେନ୍ଦ୍ର, ଚଉଦଗୁଣ୍ଠ ଗ୍ରାମର ଦୁର୍ଗା ମଣ୍ଡପ ସହିତ ଆମ ଗାଁ ଆମ ବିକାଶ ଯୋଜନାରେ କୋଠଘର, ଘାସିଭବାନିପୁର ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ର, ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ମଠସାହିରେ ଅଙ୍ଗନୱାଡି କେନ୍ଦ୍ର, ମୂଳଅଳସା ପଞ୍ଚାୟତର ବଗୁଳାପାରି ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ର ସହିତ ଯୁବକସଂଘ ଗୃହ, ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ବାରମାଣସାହିରେ ଅଙ୍ଗନୱାଡି କେନ୍ଦ୍ର, ବିଦ୍ୟାଧରପୁର ପଞ୍ଚାୟତର ଗୁଆଳିଗୋରଡା ଗ୍ରାମରେ ଅଙ୍ଗନୱାଡି କେନ୍ଦ୍ର, କେତକୀ ପାଟଣା ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଶେଷ ସୁତ୍ରରୁ ଜଣାପଡିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୧/୨୦୨୧, ୮,୨୫

Blog Archive

Popular Posts