ଭେଡେନ ବ୍ଲକରେ ପ୍ରାଥମିକ ଶିକ୍ଷକ ସଂଘର ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:- ବରଗଡ ଜିଲ୍ଲା ଭେଡେନ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ସରକାରଙ୍କ ପର୍ଯ୍ୟଟନ ସ୍ଥଳୀ ପପଙ୍ଗା ଠାରେ ବ୍ଲକ ସ୍ତରୀୟ ୧୧ଜଣ ଶିକ୍ଷକଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି।ଅନୁଷ୍ଠିତ ସଭାରେ ବ୍ଲକ ଶିକ୍ଷା ଅଧିକାରୀ ମଚ୍ଛିନ୍ଦ୍ର ମଲ୍ଲିକ ସଭାପତିତ୍ୱ କରିଥିଲେ ।ଏଥିରେ ମୁଖ୍ୟ ଅତିଥି ଭେଡେନ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶୁକବି ମୁରଲୀଧର ନାୟକ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଶିକ୍ଷା ଅଧିକାରୀ ଅଭିମନ୍ୟୁ ଭୋଇ ଓ ହେମବତୀ ମେହେର ଯୋଗ ଦେଇଥିଲେ।ପ୍ରଥମେ ଅତିଥିମାନଙ୍କ ଦ୍ୱାରା ସ୍ଵାଧୀନତା ସଂଗ୍ରାମୀ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ରେ ଦ୍ବୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଦିବଙ୍ଗତ ଶିକ୍ଷକ ମାନଙ୍କ ଶୃତି ଉଦ୍ଦେଶ୍ୟ ରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ଶିକ୍ଷକ ବୁଲୁ ଶତପଥି ପ୍ରାରମ୍ଭିକ ସଂଗୀତ ଗାନ କରିଥିବାବେଳେ ଅବସରପ୍ରାପ୍ତ ବିଦାୟୀ ଶିକ୍ଷକ ସୁନୀଲ କୁମାର ଭିତରିଆ,ଆନନ୍ଦ କର୍ମୀ,ସହଦେବ ତ୍ରିପାଠୀ,ସତ୍ୟ ନାରାୟଣ ବାରିକ, ସହଦେବ ମହାକୁର,ପଙ୍କଜ ଦାଶ, ଶରତ ପଧାନ,ରାମ କୃଷ୍ଣ ବାରିକ, ଅଶୋକ ସାହୁ,ଗୋପାଳ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖଙ୍କୁ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥିରେ ଭେଡେନ ବ୍ଲକର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରମୁଖଙ୍କ ସକ୍ରିୟ ସହଯୋଗ ରହି ଥିଲା।ପରି ଶେଷରେ ସୂର୍ଯ୍ୟ ଚନ୍ଦ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ୨୫/୧/୨୦୨୧_---୬,୦୦