ଗାନ୍ଧୀଙ୍କ ତିରୋଧାନ ଦିବସରେ ବା ଓ ବାପୁ ପୁସ୍ତକ ଉନ୍ମୋଚିତ
ଡେଲାଙ୍ଗ ----- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବେରବୋଇ ଗାନ୍ଧୀପୀଠ ପରିସରରେ ଗାନ୍ଧୀ ସ୍ମାରକୀ ସମିତି ପକ୍ଷରୁ ଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ ଅବସରରେ ସମ୍ବକାର ତଥା ଗାନ୍ଧୀବାଦୀ ଗୌରାଙ୍ଗ ଚରଣ ପରିଡାଙ୍କ ଦ୍ୱାରା ଲିଖି୍ତ ବା ଓ ବାପୁ ନାମକ ଏକ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଡେପୁଟି ରିଜଭ ବ୍ୟାଙ୍କର ଗର୍ଭନର ହରିନ ରସିଦ ଖାଁ ଯୋଗଦେଇ ଗାନ୍ଧୀଙ୍କ ତିରୋଧାନ ଦିବସରେ ଗାନ୍ଧୀ ପୀଠରେ ଜନଶୂନ୍ୟ । ଏଥିପାଇଁ ଆମେ ସମସ୍ତେ ଦାୟୀ । ଗାନ୍ଧୀଙ୍କ ବାର୍ତ୍ତା ଓ ତାଙ୍କ ନୀତି ଆଦର୍ଶ ପ୍ରଚାର ପ୍ରସାର ଓ ସଚେତନତା ଅଭାବରୁ ଆଜି ଏହି ଅବସ୍ଥା ସୃଷ୍ଟି ହୋଇଛି ବୋଲି ସେ ମତ ପ୍ରକାଶ କରିଥିଲେ । ଅତ୍ୟ ତମ ଅତିଥି ଭାବେ ପ୍ରାକ୍ତନ ଡେପୁଟି ନିର୍ବାଚନ ଅଧିକାରୀଙ୍କ ପରାମର୍ଶ ଦାତା ଡା. ଭଗବାନ ପ୍ରକାଶ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସଂଧ୍ୟାବତୀ ପ୍ରଧାନ, ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ , ଗାନ୍ଧୀବାଦୀ ତଥା ଲେଖକ ପ୍ରଫୁଲ ନାୟକ, ସୁଜନା ପଟ୍ଟନାୟକ ,ଶିକ୍ଷାବିତ୍ତ କୁନ୍ତଳା ବିଶ୍ୱାଳ , ଅଧ୍ୟାପକ ଶଶଙ୍କା ଚୁଡାମଣି ପ୍ରମୁଖ ଯୋଗଦେଇଥିଲେ । ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରାଯିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଅନୁଷ୍ଠିତ ସଭାରେ ଗାନ୍ଧୀ ସ୍ମାରକୀ ସମିତିର ସମ୍ପାଦକ ଚନ୍ଦ୍ରଶେଖର ବିଶ୍ୱାଳ ଅତିଥି ପରିଚୟ ପ୍ରଦାନକରିଥିଲେ । ଅନୁଷ୍ଠାନର ସଭାପତି ବିଚିତ୍ରାନନ୍ଦ ମହାନ୍ତି ସଭାପତିତ୍ୱ କରିଥିଲେ । ସମ୍ବକାର ଗୌରାଙ୍ଗ ଚରଣ ପରିଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଅନୁଷ୍ଠାନର ସହ ସମ୍ପାଦକ ସବେଶ୍ୱର ବରେଇ, ଶିକ୍ଷକ ତଥା ଗାନ୍ଧୀ କମିଟିର ସଭ୍ୟ ଅଭୟ ଚରଣ ସାହୁ କ୍ଷେତ୍ରବାସୀ ଆଳୁକ, ଭାଗ୍ୟଧର ପରିଡା, ସିତୁଲି ବାରିକ, ବଲ୍ଲଭ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବୁଜ ଡେଲାଙ୍ଗର ପ୍ରତିଷ୍ଠାତା ତଥା ଆଇନଜୀବୀ ହୃଷିକେସ ପାଢ଼ୀ ମୁଖ୍ୟ ଅତିଥିଙ୍କୁ ଏକ ଅଁଳାବୃକ୍ଷ ପ୍ରଦାନ କରିବା ସହ ସ୍ୱଚ୍ଚତା ଓ ବୃକ୍ଷରୋପଣ ବ୍ୟାନର ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ କରାଇଥିଲେ । ଶେଷରେ ଗାନ୍ଧୀ ସ୍ମାକରୀ ସମିତି ପରିଚାଳନା କମିଟିର ସମ୍ପାଦକ ଅନାମ ମଲିକ ଧନ୍ୟବାଦ ଦେଇଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩୦/୧/୨୦୨୧---.୩୦