ବାରହା ଫାଶରେ କଲରାପତିଆ ବାଘ
ଭଞ୍ଜନଗର--- ବାରହା ଫାଶରେ କଲରାପତିଆ ବାଘ ଗ୍ରାମ ବାସୀ ଓ ବନବିଭାଗ ଉଦ୍ଧାର କଲେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡା ବନାଞ୍ଚଳରେ । ମାଣିତରା ସେକସନରେ ଥିବା ନଗୁଡୁ ବଡପଥର ର ଏକ ବାରହା ଫାଶ ରେ ଗୋଟିଏ କଲରାପତିଆ ବାଘ ଫାଶରେ ପଡିଥିବା ଗ୍ରାମବସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଘକୁ ଉଦ୍ଧାର କରିଛି । ଏହି ଉଦ୍ଧାର କାର୍ଯ୍ୟ ରେ ଦୁଇଟି ଜେସିବି ମେସିନ୍ ଲାଗିଛି ।ଉକ୍ତ ବାଘକୁ ଉଦ୍ଧାର କରିବା ସମୟରେ ଜଣେ ଗୁରୁତର ହୋଇଛି ।ଗୁରୁତର ଯୁବକ ହେଲେ ଦିଲ୍ଲୀପ ଦାସ । ବୁଗୁଡା ବନାଞ୍ଚଳ ରେ ୩ଟି ବାଘ ରହିଥିବା ବେଳେ ସେଥି ମଧ୍ୟରୁ ଉଦ୍ଧାର ବାଘଟି ଅନ୍ୟତମ । ବନଖଣ୍ଡ ଅଧିକାରୀ ସତ୍ୟନାରାୟଣ ଦେହୁରୀ କହିବାନୁଯାଇ ଉଦ୍ଧାର ବାଘକୁ କିରିଆମ୍ବା ଜଙ୍ଗଲରେ ଛଡାଯିବ । ଭଞ୍ଜନଗର ରୁ ନଲୀନି କୁମାର ପଣ୍ଡା ,୩୦/୧/୨୦୨୧-----୭,୨୦