ସଡକ ସୁରକ୍ଷା ସପ୍ତାହ ପାଳନ ଓ ଜନସଚେତନତା
ଡେଲାଙ୍ଗ ----- ଡେଲାଙ୍ଗ ର ପରିବର୍ତ୍ତନ ଓଡିଶା ପରିବାର ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳନ ସହିତ ଏକ ସଚେତନତା ର୍ୟାଲି କରାଯାଇଥିଲା । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ରାଜ୍ୟ ସାଭପତି ପ୍ରଦୀପ କୁମାର ନାୟକ ପତକା ହଲାଇ ଏହି ସଚେତନତା ର୍ୟାଲିର ଶୁଭାରମ୍ଭ କରିଥିଲେ । ଡେଲାଙ୍ଗ ମହତାବ ହାଇସ୍କୁଲର ଏନସିସି ଓ ସ୍କାଉଟ ଛାତ୍ରଛାତ୍ରୀ ମାନେ ଲିଂ ସଚେତନତା ର୍ୟାଲିରେ ସାମିଲ ହୋଇଥିଲେ । ଅନୁଷ୍ଠାନର କୋଷାଧ୍ୟକ୍ଷ ତଥା ବିଦ୍ୟାଳୟର କୀଡାଶିକ୍ଷକ ନଟବର ସେଠୀଙ୍କ ନେତୃତ୍ୱରେ ଏହି ର୍ୟାଲି ଅନୁଷ୍ଠିତ ହୋଇଥିଲା । ଏହି ସଚେତନତା ର୍ୟାଲି ମହତାବ ହାଇସ୍କୁଲ ଠାରୁ ବାହାରି ବାୟାବଜାର ଦେଇ ବାଳିକା ହାଇସ୍କୁଲ ପର୍ଯ୍ୟନ୍ତ ଯାଇଥିଲା । ସଚେତନତା ର୍ୟାଲି ଯିବା ସମୟରେ ମଟର ସାଇକେଲରେ ଯାଉଥିବା ଲୋକମାନଙ୍କୁ ହେଲମେଣ୍ଟ ପିନ୍ଦିବାକୁ ଅନୁରୋଧ କରିବା ସହ ସଡକ ସୁରକ୍ଷା ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଚାର କରୁଥିଲେ । ପୁରୀ ଜିଲ୍ଲା ସହ ସମ୍ପାଦକ ବାବୁଲି ପ୍ରଧାନ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି, ୨୭/୧/୨୦୨୧--- ୯,୦୦