ବାଲିଗୁଡା ଉପଖଣ୍ଡ କଳାକାର ସଙ୍ଘ ପରିବାର ତରଫରୁ ଅଭିନନ୍ଦନ ଓ ବନ ମହୋତ୍ସବ ୨୦୨୧
କନ୍ଧମାଳ---- ବାଲିଗୁଡା ଉପଖଣ୍ଡ କଳାକାର ସଙ୍ଗ ପରିବାର ତରଫରୁ 2021 ରେ କଳାକାର ଏବଂ କିନର ସଙ୍ଘ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଅନୁଷ୍ଠିତ ହୋଇଯାଇଛି । ଏହି ମହୋତ୍ସବ ରେ କନ୍ଧମାଳ ର ପ୍ରତି ବ୍ଲକ ଏବଂ ପ୍ରତି ପଞ୍ଚଯାତ ରୁ ଶହ ଶହ କଳାକାର ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରଫୁଲ୍ଲ ବେହେରା, ଡ଼କ୍ଟର ବେଣୁଧର ସୁତାର ବାରଖମା ପଞ୍ଚଯାତ ର ଜୀବନ ଜ୍ୟୋତି ଟ୍ରଷ୍ଟ, ବାଲିଗୁଡା କିନର ସଙ୍ଘ ର ସଭାନେତ୍ରୀ ବିଷ୍ଣୁ ପ୍ରିୟା ପ୍ରଧାନ ଉପସ୍ଥିତ ଥିଲେ । ବାଲିଗୁଡା ର କଳାକାର ସଙ୍ଘ ପରିଚାଳନା କମିଟିର ଦେବରାଜ କୋଇବତ, ରଞ୍ଜିତ ପଣ୍ଡା, ପ୍ରଦୀପ ମଲିକ, ଶୁକଦେବ ନାୟକ ଏବଂ ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ,ବ୍ରର୍ତମାନ କଳାକାର ମାନେ କିପରି ଏବଂ କୋଉ ଅବସ୍ଥାରେ ଅଛନ୍ତି ସେଇ ବିଷୟରେ ଆଲୋଚନା ହୋଇଥିଲା । ରାଜ୍ୟ ସରକାର ଯୋଜନା କରିଥିବା କଳାକାର ମାନଙ୍କୁ କିପରି ଭର୍ତ୍ତା ସମସ୍ତ ଙ୍କ ପାଖରେ ପହଂଚିବ ସେଇ ବିଷୟରେ ଆଲୋଚନା କରିଥିଲେ ।ରାଜ୍ୟ ସରକାର କିପରି ସମସ୍ତ କଳାକାର ମାନଙ୍କ ପରିବାର କୁ ସ୍ଵାସ୍ଥ ବୀମାର ସୁବିଧା ମିଳି ପାରିବ ଏବଂ ଶେଷରେ ସମସ୍ତ କଳାକାର ମାନେ ନିଜ ନିଜ ର କଳା ପଦର୍ଶନ କରିଥିଲେ ଏବଂ ଭୋଜି ବି ଆୟଜୋନ କରିଥିଲେ ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା