୨୦୦୪ ବ୍ୟାଚର ବଂଧୁ ମିଳନ
ଡେଲାଙ୍ଗ ------ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବିଶ୍ୱନାଥ ଦେବ ଉଚ୍ଚ ବିଦ୍ୟାପୀଠ ଗଡ ମୋଟରୀର ୨୦୦୪ ମସିହା ମାଟ୍ରିକ ବ୍ୟାଚର ଏକ ବଂଧୁ ମିଳନ ଗଡଚଣ୍ଡି ପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୫୦ ଜଣ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ । ରାକେଶ ଜେନାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ କ୍ରୀଡା ଶିକ୍ଷକ କେଶିରାମ ହେମ୍ବ୍ରମ ଅତିଥି ଭାବେ ଯୋଗ ଦେଇଥିଲେ । ପୁରାତନ ଛାତ୍ରଛାତ୍ରୀ ମାନେ କେକ କାଟି ଖୁସି ମନାଇବା ସହ ମନଭରି ଉପଭୋଗ କରିଥିଲେ । ପରସ୍ପର ମଧ୍ୟରେ ସୁଖଦୁଃଖ ବାଣ୍ଟିଥିଲେ । ଆଗାମୀ ଦିନରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସାମିଲ ହୋଇ ଜନସାଧାରଣ ଓ ଗ୍ରାମବାସୀଙ୍କୁ ସଚେତନତା କରିବା ପାଇଁ ଶପଥ ନେଇଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସୁନୀଲ ସାମନ୍ତସିଂହାର, ଶିବ ପ୍ରସାଦ, ମନୋଜ , କିଶୋର, ଚାରୁଲତା, ଶଭୁଲକ୍ଷ୍ମୀ, ଲକ୍ଷ୍ମୀପିୟା, ବାବୁଲିନିରୋଦ, ସନ୍ତୋଷ ପ୍ରମୁଖ ରହିଥିଲେ । ପ୍ରକାଶ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସେହିପରି ଗଡଚଣ୍ଡୀ ପୀଠରେ ଘୋରଡିଆ ଗ୍ରାମ ପଞ୍ଚାୟତର ଗଙ୍ଗପୁର ପାଟଣା ଗ୍ରାମର ରାଧା ମୋହନ ଦେବ ଉଚ୍ଚ ବିଦ୍ୟାପୀଠ ୧୯୯୭ ବ୍ୟାଚର ବଂଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଦିଲୀପ କୁମାର ବେହେରା ସଭାପତିତ୍ୱରେ ବଂଧୁ ମିଳନ କାର୍ଯ୍ୟକ୍ରମ ପାଳିତ ହୋଇଥିଲା । ୬୦ ଜଣ ଛାତ୍ର ଛାତ୍ରୀ ମାନେ ଏଥିରେ ସାମିଲ ହୋଇ ରାଜ୍ୟ ସରକାରଙ୍କ ମୋ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିସ୍ପତି ନେଇଥିଲେ । ଯେଉଁ ବିଦ୍ୟାଳୟରେ ପାଠ ପଢ଼ିଥିବା ବିଦ୍ୟାଳୟର ଉନ୍ନତି କରିବା ବଂଧୁ ମିଳନର ସବୁଠାରୁ ବଡ ଲକ୍ଷ୍ୟ ବୋଲି ଶ୍ରୀ ବେହେରା କହିଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଜାନକୀ ବଲ୍ଲଭ ହରିଚନ୍ଦନ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ କାହ୍ନୁ ଚରଣ ସିଂହ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୪/୧/୨୦୨୧--୯,୩୦