>>
  • ଜଟଣୀ ପୌରପରିଷଦ ପକଳ୍ପ ନାମରେ ହରିଲୁଟ
  • >>
  • ଭଞ୍ଜନଗର ରୋଟାରୀ କ୍ଳବର ୧୮ ତମ ଅଧିଷ୍ଠାନ ଦିବସ ପାଳିତ
  • >>
  • ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ
  • >>
  • ୟୁବି ହାଇସ୍କୁଲରେ ବନ ମହୋତ୍ସବ ପାଳନ : “ଏକ୍ ପେଡ୍ ମାଁ କେ ନାମ୍ “ ଅନୁଷ୍ଠିତ
  • >>
  • ତ୍ୟାଗମୟ ଜୀବନ ଏକ ଆଦର୍ଶ, ଦୟାନନ୍ଦଙ୍କ ଜୀବନ ଦର୍ଶନ ମାଟି ପାଇଁ ଏକ ଉପାଦାନ
  • >>
  • ସାକ୍ଷୀଗୋପାଳ - ମନ୍ଦିର ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ପୁଣି ଜମି ଅଧିଗ୍ରହଣ ପାଇଁ ସର୍ଭେ ଆରମ୍ଭ
  • >>
  • ରାଷ୍ଟ୍ର ନିର୍ମାଣରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ;ସ୍ୱାସ୍ଥ୍ୟ ପ୍ରତି ଯତ୍ନ ହୁଅ
  • >>
  • ସିଏସବି ଜିଲ୍ଲା ସ୍କୁଲରେ ସମ୍ବର୍ଦ୍ଧନା ଓ ମାର୍ଗଦର୍ଶନ କାର୍ଯ୍ୟକ୍ରମ
  • >>
  • ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ
  • >>
  • ଅଗ୍ନି ବିପନ୍ନଙ୍କୁ ଗୃହ କାଯ୍ୟାଦେଶ ବଣ୍ଟନ କଲେ ବିଧାୟକ
  • >>
  • ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଜାତୀୟ ଡିଜିଟାଲ୍ ଲାଇବ୍ରେରି କର୍ମଶାଳା ଆୟୋଜିତ
  • >>
  • ଜନ୍ମ ଦିନରେ ରକ୍ତ ଦାନ ଶିବିର ୪୩ ୟୁନିଟ୍ ସଂଗୃହୀତ
  • >>
  • କୁଦିଆରି ଆରଆଇ କାର୍ଯ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତରିତକୁ ନେଇ ଆନ୍ଦୋଳନ ପାଇଁ ସଜବାଜ
  • >>
  • ଏକ କୋଟି ରୁ ଅଧିକ ଟଙ୍କାର ରୂପା ଜବତ
  • >>
  • ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
  • ଫନି କିୟାନୁଷ୍ଠାନ କମିଟି ଓ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆମରଣ ଅନଶନ ଚତୁର୍ଥ ଦିନରେ ପହଞ୍ଚିଲା ; ପ୍ରଶାସନିକ ସ୍ତରରେ ଆଲେଚନା ବିଫଳ


      ସାକ୍ଷୀଗୋପାଳ ------  ଫନି କିୟାନୁଷ୍ଠାନ କମିଟି ଓ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ରାସ୍ତାରେ ଚାଲିଥିବା ଆମରଣ ଅନଶନ ଚତୁର୍ଥ ଦିବସରେ ପହଞ୍ଚିଛି ।  ଆଜି ପୂର୍ବାହ୍ନରେ ସତ୍ୟବାଦୀ ତହସିଲଦାର ମନୋଜ ନାୟକ, ପିପିଲି ଏସଡିପିଓ ଦେବଦତ୍ତ ବରାଳ, ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ଆମରଣ ଅନଶନ କାରିଙ୍କ ସହିତ ଦୀର୍ଘ ସମୟ ଧରି ଆଲେଚନା କରିଥିଲେ । ମାତ୍ର ଆଲେଚନା ବିଫଳ ହୋଇଥିବା ଆମରଣ ଅନଶନରେ ବସିଥିବା ନବ ନିର୍ମାଣ କୃଷକ ସଙ୍ଗଠନର ପୁରୀ ଜିଲ୍ଲା ସଂଯୋଜକ ଗୋବିନ୍ଦ ମହାପାତ୍ରଙ୍କ ଠାରୁ ସୁଚନା ମିୀଳିଛି । ଅନ୍ୟ ପକ୍ଷେ ଓଡିଶାରୁ ୨୦ ଟି ବସ ସହିତ କେତେକ ଚାରିଚକିଆ ଗାଡିରେ କୃଷକ ମାନେ ଦୀଲ୍ଲି ଯାଉଥିଲେ । ଏହି ଖବର ପାଇ ୟୁ,ପି ର ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ  ଗାଡି ଗୁଡିକ ଅଟକାଇ ସେମାନଙ୍କୁ ହଇରାଣ କରୁଥିବା ଏଠାରେ ପହଞ୍ଚିବା ପରେ ଆସନ୍ତା କାଲି ଏହି ଆମରଣ ଅନଶନ ସ୍ଥଳରେ ଆଦିତ୍ୟନାଥଙ୍କ କୁଶପୁତ୍ତଳିକା ଦାହ କରାଯିବ ବୋଲି ଶ୍ରୀ ମହାପାତ୍ର ଜଣାଇଛନ୍ତି ।  ଫନି ବାତ୍ୟା ଯିବାର ୧୯ ମାସ ପରେ ବି ପକୃତ ହିତାଧିକାରୀ ମାନେ ରାଜ୍ୟ ସରକାର ଯୋଗାଇ ଦେଇଥବା ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ବୋଲି ଫନି କିୟାନୁଷ୍ଠାନ କମିଟି ଓ ନବ ନିର୍ମାଣ କୃଷକ ସଙ୍ଗଠନ ଅଭିଯୋଗ ଆଣି ଆମରଣ ଅନଶନ ଚତୁର୍ଥ ଦିନରେ ପହଞ୍ଚିଛି । ଆମରଣ ଅନଶନ କାରୀଙ୍କ ଅବସ୍ଥା ଗୁରୁତର ଆଡକୁ ଯାଉଛି ।  ସୁଚନାଯୋଗ୍ୟ ଯେ ୩୧୬ନଂ ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର କାଦୁଆ ପ୍ରେଟୋଲ ଟାଙ୍କି ନିକଟ ତଥା ତହସିଲ କାର୍ଯ୍ୟାଳୟ ରାସ୍ତା କରରେ ଫନି କିୟାନୁଷ୍ଠାନ କମିଟି ଓ ନବ ନିର୍ମାଣ କୃଷକ ସଙ୍ଗଠନର ପୁରୀ ଜିଲ୍ଲା ସଂଯୋଜକ ଗୋବିନ୍ଦ ମହାପାତ୍ର ଓ ଭାଗିରଥି ଦାଶ ଚାରି ଦିନ ଧରି ଅନଶନରେ ବସିଛନ୍ତି । ଏହି ଅନଶନକାରୀ ମାନଙ୍କ ମଧ୍ୟରେ  ନବ ନିର୍ମାଣ କୃଷକ ସଙ୍ଗଠନର ପୁରୀ ଜିଲ୍ଲା ସଂଯୋଜକ ଗୋବିନ୍ଦ ମହାପାତ୍ରଙ୍କ ଅବସ୍ଥା ଗୁରୁତର ଆଡକୁ ଯାଉଥିବା ଜଣାପଡିଛି ।  ଏହାକୁ ନେଇ ଅନଶନକୁ ସମର୍ଥନ କରୁଥିବା କିଛି ମହିଳା ପୁରୁଷ ମାନଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଛି । କେଉଁ ସମୟରେ କଣ ଘଟିବ ତାହା କହି ହେଉନାହିଁ । ତୁରନ୍ତ ଜିଲ୍ଲାପାଳ ଏ ଦିଗପ୍ରତି ନଜର ଦେବାକୁ ସତ୍ୟବାଦୀର ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି । ଏହି ଅନଶନକୁ ସମର୍ଥନ କରି  ରୀନା ମଲିକ, ପିତାମ୍ଭରୀ ଦାସ, ସୁକାନ୍ତି ମଲ୍ଲିକ, ଗଜେନ୍ଦ୍ର ପ୍ରଧାନ, ଜଗନ୍ନାଥ ବାରିକ, ଶରତ ପ୍ରଧାନ,ଦିବାକର ବିଶ୍ୱାଳ, ପ୍ରାଭତ ଚୌଧୁରୀ, ବାବୁଲି ପ୍ରଧାନ, ଦିବାକର ବିଶ୍ୱାଳ, ଗିରିଧାରୀ ବରାଳ, ପ୍ରବାସିନୀ ବିଶ୍ୱାଳ, ଟିକେଇ ପ୍ରଧାନ, ପାର୍ବତୀ ଦେଇ, ଶାନ୍ତି ଭୋଇ, ଚନ୍ଦ୍ରମା ଦେଇ, ବିଷ୍ଣୁପିୟା ରଥ, ଭୁବନେଶ୍ୱର ଜେନା, ସଦାନନ୍ଦ ଭୋଇ  ପ୍ରମୁଖ  ଅନଶନ କାରୀ ସ୍ଥଳରେ ଉପସ୍ଥିତ ରହିଛନ୍ତି ।

     ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି, ୨୨/୧/୨୦୨୧---୬,୪୦

    Blog Archive

    Popular Posts