Breaking News

ଗଡ଼ଦାମୋଦର ପଲ୍ଲୀ ଠାକୁରାଣୀ ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ


ଧରାକୋଟ---- ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଡ଼ଦାମଦର ପଲ୍ଲୀ ପୋଖରୀରେ  ବୁଡି ତିରିଶି ବର୍ଷୀୟ ଯୁବକ କୃଷ୍ଣ ଚନ୍ଦ୍ର  ଗୌଡ଼ ଙ୍କ  ମୃତ୍ୟୁ ଘଟିଛି ।ସୂଚନା ଅନୁଯାଇ  ଗଡ଼ଦାମଦର ପଲ୍ଲୀର କୃଷ୍ଣ ଚନ୍ଦ୍ର  ଗୌଡ଼ ଆଜି ସକାଳ ଛଅଟା ରେ ମନ୍ଦିର ପାଖ ପୋଖରୀକୁ  ଗାଧେଇବା ପାଇଁ ଯାଇଥିଲେ  । କିନ୍ତୁ ବିଳମ୍ବ ସ୍ୱତେ  ଘରକୁ  ଫେରି ନଥିବାରୁ  ଗ୍ରାମବାସୀ ଓ ପରିବାର ଲୋକେ ଯାଇ ତାଙ୍କୁ ପୋଖରୀରେ  ଖୋଜା ଖୋଜି କରିଥିଲେ  । ଗୁରୁତର ଅବସ୍ଥାରେ  କୃଷ୍ଣ ଚନ୍ଦ୍ରଙ୍କୁ  ଉଦ୍ଧାର କରି  ଧରାକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡକ୍ଟର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ  । ମୃତ ଯୁବକ ଙ୍କ ପିତା ପାଣ୍ଡବ ଗୌଡ଼ ଧରାକୋଟ  ପୋଲିସ କୁ ଲିଖିତ ଅଭିଯୋଗ ପରେ ପୋଲିସ ପହଁଞ୍ଚି   ଅପମୃତ ମାମଲା ନମ୍ବର 1/2021 ପ୍ରକାରେ ମାମଲା  ରୁଜୁ କରି  ଶବ ବ୍ୟବଚ୍ଛଦ ପରେ  ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।ସାନଖେମୁଣ୍ଡି ବ୍ଲକ 60 ନମ୍ବର ଜୋନ ଜିଲ୍ଲା ପରିସଦ ସଭ୍ୟ ତଥା ବି ଜେ ପି ଜିଲ୍ଲା ସମ୍ପାଦକ ଗଦା ଧର ସ୍ୱାଇଁ ମେଡିକାଲ ରେ ପହଞ୍ଚି ମୃତକ ଙ୍କ ପରିବାର କୁ ସମବେଦନା ଜଣାଇ ଥିଲେ । ଗ୍ରାମ ଲୋକ ଙ୍କ ଅନୁରୋଧ ଏହିକି ଯେ ପରିବାର ଟି ଗରିବ ଶ୍ରେଣୀ ର ହୋଇ ଥିବା ରୂ ଉକ୍ତ ପରିବାର କୁ ସରକାର ଙ୍କ ନିୟମ ବଳି ପ୍ରକାରେ ସାହାଯ୍ୟ କରାଯାଉ ।
ଧରାକୋଟ ରୁ କାଳୁ ଚରଣ ମହାପାତ୍ରଙ୍କ ରିପୋର୍ଟ ,୨୩/୧/୨୦୨୧----୬,୧୫

Blog Archive

Popular Posts