Breaking News

ବାଲିଵୋଝେଇ ଟ୍ରାକ୍ଟର ଓ ବାଇକ ମୁହାଁମୁହିଁ ଧକ୍କା -ଦୁଇ ମୃତ



ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:- ଭେଡେନ ବ୍ଲକ ବୁର୍ଦ୍ଦା ନିକଟରେ ଏକ ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ ମୁହାମୁହିଁ ଧକ୍କା ହେବାରୁ ବାଇକରେ ବସିଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ବାଇକ ଚାଳକ ଗୁରୁତର ଅଛନ୍ତି।ମୃତ ଦୁଇଜଣ ମା,ଝିଅ ହୋଇଥିବା ବେଳେ ଗୁରୁତର ଜଣକ ମୃତା ମହିଳାଙ୍କର ସ୍ବାମୀ ଅଟନ୍ତି।ଗୁରୁତର ବାଇକ ଚାଳକ ମାନଧାତା ବାରିକ ହୋଇଥିବାବେଳେ ମୃତ ମହିଳା ର ନାମ ସତ୍ବଞ୍ଜଳି ବାରିକ(୪୦) ଓ ମୃତ ଶିଶୁର ନାମ ପ୍ରତୀକ୍ଷା ବାରିକ(୪)। ଏମାନଙ୍କ ନିଜ ଗ୍ରାମ ବଲାଙ୍ଗୀର ଜିଲ୍ଲାର ବେନ୍ଦ୍ରା ହୋଇଥିବାବେଳେ ଉକ୍ତ ପରିବାର ବୁର୍ଲାରେ ରହୁଥିଲେ। ଆଜି ଓଡ଼ି ୧୭ ଭି ୪୫୧୬ ନମ୍ବର ର ଏକ ବାଇକ ରେ ସ୍ବାମୀ,ସ୍ତ୍ରୀ ନିଜ ଶିଶୁ କୁ ଧରି ଭେଡେନ ନିଜ ସମ୍ପର୍କୀୟଙ୍କ ଘରକୁ ଆସୁଥିବାବେଳେ ଭେଡେନ ପଟରୁ ଓଡ଼ି ୧୭ ଟି ୨୫୮୫ ନମ୍ବର ର ଏକ ବାଲିବୋଝେଇ ଟ୍ରାକ୍ଟର ସହ ବୁର୍ଦ୍ଦା ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ଘଟଣା ସ୍ଥଳରେ ଦୁହି ମା ଝିଅ ର ମୃତ୍ୟୁ ଘଟିଥିଲା।ଏନେଇ ଖବର ପାଇ ଘଟଣା ସ୍ଥଳକୁ ଭେଡେନ ପୋଲିସ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ସହ ସେମାନଙ୍କୁ ଭେଡେନ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଟ୍ରାକ୍ଟର ଓ ବାଇକ କୁ ଜବତ କରି କେସ ନଂ ୧୧ରେ ଅଧିକ ତଦନ୍ତ ଜାରି ରଖିଥିବା ଜଣା ପଡ଼ିଛି।
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍,୨୨/୧/୨୦୨୧_------ ୬,୫୫

Blog Archive

Popular Posts